Latest Odisha News

କବିତା : ଗଙ୍ଗଶିଉଳି 

ଗଦାଧର ସାହୁ

ମୁହଁ ସଞ୍ଜେ ଫୁଟି
ସକାଳେ ସେ ଲୋଟି
ମାଆକୁ ପ୍ରଣାମ କରେ,
ଧବଳ ନାରଙ୍ଗୀ
ରୂପ ଶୋଭା ଭଙ୍ଗୀ
ମନ ମୋହଇ ମହୀରେ ।

ମାଟିରୁ ଜନମି
ମାଟିପରେ ଲୋଟି
ମାଟିରେ ହୁଅଇ ମାଟି,
ଜୀବନକୁ ତାର
ସାର୍ଥକ ମଣଇଁ
ମାଟି ଯୋଗୁ ନିତି ଫୁଟି ।

ହେଉବା କ୍ଷଣିକ
ବାସ ଚହଟାଏ
ଫୁଟି ସେ ମୁହଁ ସଞ୍ଜରେ,
ତା କର୍ମ ଆଦରି
ବିଭୁଙ୍କୁ ସୁମରି
ଧରାରୁ ବାହୁଡେ ଧିରେ ।

ଜହ୍ନର ଶୀତଳ
ଆଲୋକରେ ଫୁଟି
ସଅଳେ ନିଏ ବିଦାୟ,
ଭାରି ସୁକୁମାରୀ
ସୂର୍ଯ୍ୟଙ୍କୁ ସେ ଡରି
ମା କୋଳେ ନିଏ ଆଶ୍ରୟ ।

କଙ୍କଡ଼ାଦ୍ଵୀପ, କୁଶୁବେଣ୍ଟି, ବ୍ରହ୍ମଗିରି,ପୁରୀ

Leave A Reply

Your email address will not be published.