Latest Odisha News

BREAKING NEWS

ଛତିଶଗଡ଼ ରାୟପୁରରେ ଲକଡାଉନ୍

ରାୟପୁର : ଦେଶରେ ମୁଣ୍ଡ ଟେକୁଛି କରୋନା ସଂକ୍ରମଣ । ଦୃତ ଗତିରେ ପଜିଟିଭ୍ ସଂଖ୍ୟା ବଢୁଥିବାରୁ ମୁକାବିଲା ପାଇଁ ପୁଣି ଥରେ ଫେରିଛି ଲକଡାଉନ । କରୋନାର ଦ୍ବିତୀୟ ଲହରରେ ଅଧିକାଂଶ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ମୁକାବିଲା ପାଇଁ ବଡ଼ ପଦକ୍ଷେପ ଛତିଶଗଡ଼ ସରକାର । ଆସନ୍ତା ୯ ତାରିଖରୁ ରାଜ୍ୟର ରାଜଧାନୀ ରାୟପୁରରେ ସଂପୂର୍ଣ୍ଣ ଲକଡାଉନ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଦେଶରେ ମହାରାଷ୍ଟ୍ର ପରେ ଛତିଶଗଡ଼ରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ଛତିଶଗଡ଼ରୁ ୯୯୨୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆସନ୍ତ ୯ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ରାୟପୁରରେ ଲାଗୁ ହେବ ସଂପୂର୍ଣ୍ଣ ଲକଡାଉନ୍ । ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ୍ । କିପିରି ରାଜ୍ୟରେ ସଂକ୍ରମଣକୁ ରୋକାଯିବ ସେନେଇ ଆଲୋଚନା କରାଯାଇଛି । ସେହିପରି ଅଯଥା ଘରୁ ନବାହାରିବାକୁ ଲୋକଙ୍କ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ କରୋନା କଟକଣାକୁ ମାନିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ଭୂପେଶ ବାଘେଲ ।

Leave A Reply

Your email address will not be published.