Latest Odisha News

BREAKING NEWS

ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ: ଛତ୍ରଭଙ୍ଗ ଦେଲେ ମାଓବାଦୀ, ବହୁ ମାଓ ସାମଗ୍ରୀ ଜବତ

କନ୍ଧମାଳ: ପୁଣି ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ । କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ କୋଲମ୍ପରା ଗାଁ ନିକଟସ୍ଥ ଜଙ୍ଗଲରେ ଏସଓଜି ଓ ଡିଭିଏଫ ଯବାନ ମିଳିତ କମ୍ବିଂ ଅପରେସନ ଚାଲିଥିଲେ । କମ୍ବିଂ ବେଳେ ମାଓବାଦୀଙ୍କ ସହ ସେମାନେ ମୁହାଁମୁହିଁ ହୋଇଥିଲେ । ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ଆହ୍ବାନ ଦିଆଯାଇଥିଲା । ହେଲେ ମାଓବାଦୀ ପ୍ରଥମେ ଗୁଳି ଚଳାଇଥିଲେ । ସେପଟେ ସୁରକ୍ଷାକର୍ମୀ ମଧ୍ୟ ପାଲଟା ଆକ୍ରମଣ କରିଥିଲେ । ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟଧରି ଗୁଳିବିନିମୟ ହୋଇଥିଲା । ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ମାଓବାଦୀ ଚମ୍ପଟ ମାରିଥିଲେ । ଏଥିରେ କେହି ମୃତାହତ ହୋଇ ନଥିବା ଜଣାପଡିଛି ।

ସର୍ଚ୍ଚ ଅପରେସନ ବେଳେ ବହୁ ମାଓ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ । ବ୍ୟାଟେରୀ,  ତାର, ଚାର୍ଜ ଲାଇଟ, ସୋଲାର ପ୍ଳେଟ, ବାସନକୁସନ, କିଟବ୍ୟାଗ, ବେଲଟ, ମାଓ ପୋଷାକ, ଲିଫ ଲେଟସ, ମେଡିସିନ ଆଦି ଅନେକ ମାଓ ସାମଗ୍ରୀ ଜବତ କରାଯାଇଥିବା  କନ୍ଧମାଳ ଏସପି ବିନିତ ଅଗ୍ରୱାଲ ଏନେଇ ସୂଚନା ଦେଇଛନ୍ତି ।

କନ୍ଧମାଳରେ ମାଓ ସଂଗଠନ ଦୁର୍ବଳ ହୋଇଯାଇଛି । ପୋଲିସ ମାଓ ସଂଗଠନ ଉପରେ ତିକ୍ଷ୍ନ ନଜର ରଖିଥିବା ଏସପି  କହିଛନ୍ତି । ଛତିଶଗଡ଼ର ବିଜାପୁର-ସୁକୁମାରେ ମାଓବାଦୀଙ୍କ ଆକ୍ରମଣରେ ୨୨ ଯବାନ ସହିଦ ହୋଇଛନ୍ତି । ଘଟଣା ପରେ ସେଠାରେ କମ୍ବିଂ ଅପରେସନ ଯୋରଦାର ହୋଇଛି । ପୋଲିସ ସତର୍କ ଦୃଷ୍ଟି ରଖିବା ସହ ସୀମାନ୍ତ ଅଞ୍ଚଳରେ କମ୍ବିଂ ଅପରେସନକୁ ମଧ୍ୟ ଯୋରଦାର କରିଥିବା ଜଣାପଡିଛି ।

Leave A Reply

Your email address will not be published.