Latest Odisha News

BREAKING NEWS

ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ପୁନରୁଦ୍ଧାର କାମ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସଚିବାଳୟଠାରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ କମିଶନର ଓ ଅନ୍ୟ ସମ୍ପୃକ୍ତ ବିଭାଗୀୟ ସଚିବମାନଙ୍କ ସହିତ ତିତଲି ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି ।

ବୈଠକରେ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ପୂର୍ବ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଦୃଢ ନିର୍ଦ୍ଦେଶ ଦେଇଛନ୍ତି । ରାସ୍ତାଘାଟ ମରାମତି, ପାୀନୟ ଜଳ ବ୍ୟବସ୍ଥା, ବିଦ୍ୟୁତ ପୁନଃସଂଯୋଗ, କ୍ଷୟକ୍ଷତି ଆକଳନ ଆଦି କାମ ଖୁବ ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ୫ଦିନ ମଧ୍ୟରେ ପୁନରୁଦ୍ଧାର ଓ ପୁନଃନିର୍ମାଣ କାର୍ଯ୍ୟର ଅଗ୍ରଗତି ତଦାରଖ ପାଇଁ କ୍ଷତିଗ୍ରସ୍ତ ଅଞ୍ଚଳକୁ ସ୍ୱତନ୍ତ୍ର ପଠାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ବୈଠକର ସୂଚନାନୁଯାୟୀ, ପୂର୍ତ୍ତ ବିଭାଗର ସମସ୍ତ ରାସ୍ତାକାମ ମରାମତି କାର୍ଯ୍ୟ ଶେଷ ହୋଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା, କେନାଲ ଗୁଡ଼ିକର ହୋଇଥିବା ଘାଇ, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାମ ପ୍ରାୟ ସମ୍ପୂର୍ଣ୍ଣ ହୋଇଛି । ଆସନ୍ତା ୪-୫ ଦିନ ମଧ୍ୟରେ ସମସ୍ତ କାର୍ଯ୍ୟ ପ୍ରାୟ ଶେଷ ହେବ । ରାୟଗଡ଼ା ଜିଲ୍ଲାର କେତେକ ଦୁର୍ଗମ ଅଞ୍ଚଳକୁ ବାଦଦେଲେ ପ୍ରାୟ ସମସ୍ତ ବିଦ୍ୟୁତ ଯୋଗାଣ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ସ୍ୱତନ୍ତ୍ର ରିଲିଫ ବାବଦରେ କ୍ଷତିଗ୍ରସ୍ତ ଲୋକଙ୍କୁ ନଗଦ ୧୦୦୦ ଟଙ୍କା, ୫୦ କିଲୋ ଚାଉଳ ଓ ଅଢେଇ ଲିଟର କିରୋସିନ ଦିଆଯାଇଥିବା ବେଳେ ବାକି ରିଲିଫ ଟଙ୍କା ସେମାନଙ୍କ ଆକାଉଣ୍ଟକୁ ଡ଼ିବିଟି ମାଧ୍ୟମରେ ତୁରନ୍ତ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.