Latest Odisha News

୩ ଦିନ ଭିତରେ ସରିବ ପୁରୀ ସଫେଇ କାମ, ଡ୍ରୋନ୍ ଯୋଗେ ପକାଯିବ ମଶା ତେଲ

ପୁରୀ: ଜୁନ୍ ୭ରେ ରଥଯାତ୍ରା । ଆଉ ମାତ୍ର ହାତଗଣତି ଦିନ କେଇଟା । ଏଥିପାଇଁ ପୂରା ଆକ୍ସନ ମୋଡରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ପୁରୀ ସୌନ୍ଦର୍ଯ୍ୟକରଣ ପାଇଁ ବିଭିନ୍ନ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିନିମନ୍ତେ ପୁରୀ ଯାଇ ନିଜେ ସ୍ଥିତି ସମୀକ୍ଷା କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ। ସ୍ଥିତି ସମାକ୍ଷା କରିବା ପରେ ୩ ଦିନ ଭିତରେ ପୁରୀ ସଫେଇ କାମ  ରାସ୍ତା ଘାଟ , ନାଳ ଓ ଅଳିଆ ସଫା କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ରଥଯାତ୍ରା ଦାୟିତ୍ବ ପାଇଁ ଅର୍ବାନ ଡେଭଲପମେଣ୍ଟ ଡିପାର୍ଟମେଣ୍ଟ ତରଫରୁ ୬ ଜଣ ଅଧିକାରୀଙ୍କୁ ନିଯୁକ୍ତି କରିଛନ୍ତି ମନ୍ତ୍ରୀ ।ପୁରୀ ମ୍ୟୁନିସିପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସହ ମିଶି ରଥଯାତ୍ରା ପାଇଁ ଏହି ଅଧିକାରୀମାନେ କାମ କରିବେ । ସେହିପରି ବଡ଼ଦାଣ୍ଡରେ ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି ମନ୍ତ୍ରୀ ।ଯେଉଁ ସ୍ଥାନରେ ୱାଟର ବ୍ଲକେଜ୍ ରହୁଛି ତାହାକୁ ତଦାରଖ କରିଛନ୍ତି ।ସହରରେ ଥିବା ନଳା ଗୁଡିକରେ ତୁରନ୍ତ ସ୍ଲାବ ପକାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ।ଅତିରିକ୍ତ ୧୫୦ ସ୍ଲାବ୍ କୁ ପ୍ରସ୍ତୁତ ରଖାଯାଇଛି ।୧୫ ଟି ନାଳ ସଫା ପାଇଁ ବାକି ରହିଛି ଯାହାକୁ ତୁରନ୍ତ ସଫା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସ୍ୱେରେଜ୍,ନାଳ ,ପାଣି ଆଦି  ନିରବଚ୍ଛିନ୍ନ ସେବା ଯୋଗାଇ ଦେବାପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ  ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ।

Leave A Reply

Your email address will not be published.