Latest Odisha News

BREAKING NEWS

ହକି ବିଶ୍ୱକପ: ଆନ୍ଥେମ ସଙ୍ଗୀତର ନିର୍ଦ୍ଦେଶନା ଦେଲେ ପ୍ରେମ ଆନନ୍ଦ, ଗୀତ ଗାଇଛନ୍ତି ସୁଖବିନ୍ଦର ସିଂହ

ଭୁବନେଶ୍ୱର: ହକି ବିଶ୍ୱକପ୍ ଟ୍ରଫି ପାଇଁ ଏକ ଆନ୍ଥେମ ସଙ୍ଗୀତ ରେକର୍ଡିଂ ହୋଇଛି। ଏହି ଆନ୍ଥେମର ଶୀର୍ଷକ ରହିଛି, ‘ଫିର ଗୁଞ୍ଜ ଉଠେ ଶଙ୍ଖନାଦ’। ଯାହାର ଓଡ଼ିଆ ଅର୍ଥ ପୁଣି ଥରେ ଗୁଞ୍ଜରଣ ହୋଇଛି ଶଙ୍ଖନାଦ। ହକି ଇଣ୍ଡିଆ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏହି ସ୍ୱତନ୍ତ୍ର ଗୀତରେ ଓଡ଼ିଶା ସଙ୍ଗୀତର ଜଣାଶୁଣା ସଙ୍ଗୀତଜ୍ଞ ପ୍ରେମ ଆନନ୍ଦ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ବଲିଉଡର ସମୀର ଏହି ଗୀତ ଲେଖିଥିବା ବେଳେ କଣ୍ଠଦାନ କରିଛନ୍ତି ବଲିଉଡ଼ର ନାଁକରା କଣ୍ଠଶୀଳ୍ପୀ ସୁଖବିନ୍ଦର ସିଂ। ଜାନୁଆରୀରେ ଭୁବନେଶ୍ୱର ଓ ରାଉରକେଲାରେ ଆୟୋଜିତ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ୍।

‘ଫିର୍ ଗୁଞ୍ଜ ଉଠାହେ ଶଙ୍ଖାନାଦ’ ନାମରେ ଏହି ଗୀତକୁ ସାରା ଭାରତରେ ଲୋକପ୍ରିୟ କରାଇବା ପାଇଁ ପ୍ରୟାସ କରାଯିବ ବୋଲି ପ୍ରେମ ଆନନ୍ଦ ଓଡ଼ିଶା ସମ୍ବାଦକୁ ପ୍ରତିକ୍ରିୟାରେ କହିଛନ୍ତି। ଜାନୁଆରି 11 ତାରିଖରେ ଏହି ସଙ୍ଗୀତକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯିବ।

ପ୍ରେମ ଆନନ୍ଦ କହିଛନ୍ତି, ହକି ଇଣ୍ଡିଆ ତାଙ୍କୁ ଏହି ସଙ୍ଗୀତ ରଚନା କରିବାର ବଡ଼ ସୁଯୋଗ ଦେଇଥିବାରୁ ସେ କୃତଜ୍ଞ। ସେ ବହୁତ ଆଶାବାଦୀ ଯେ ଏହା ସମସ୍ତଙ୍କୁ ପସନ୍ଦ ଆସିବ ଏବଂ ଦେଶର କୋଣ ଅନୁକୋଣରେ ହକିର ପ୍ରଚାର ପ୍ରସାରରେ ଏହି ଗୀତଟି ସହାୟକ ହେବ।

ମୁମ୍ବାଇରେ ଏହି ଗୀତଟିର ରେକର୍ଡିଂ ଶେଷ ହୋଇଛି। ଏବେ ଭିଜୁଆଲାଇଜେସନ ଉପରେ କାମ ଚାଲିଛି।

 

 

Comments are closed.