Latest Odisha News

ଦୁର୍ନୀତି ଓ ଅପାରଗ ୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: ଦୁର୍ନୀତି ଓ ଅପାରଗ ୬ ଅଧିକାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି । ସେମାନଙ୍କ ମଧ୍ୟରେ ୪ ଜଣ ଇଞ୍ଜିନିୟର ଓ ୨ ଜଣ ଅବକାରୀ ବିଭାଗ ଅଧିକାରୀ ଅଛନ୍ତି ।

ଏହି ଅଧିକାରୀମାନେ ହେଲେ କେନ୍ଦୁଝର ଗ୍ରାମ୍ୟ ଉନ୍ନୟନ ଉପନିର୍ବାହୀ ଯନ୍ତ୍ରୀ ଅଜିତ କୁମାର ଦେବତା, କ୍ୱାଲିଟି କଣ୍ଟ୍ରୋଲ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ଜିତେନ୍ଦ୍ର ଦଳାଇ, କରଞ୍ଜିଆ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ବିଜୟ ପରିଡ଼ା, ଭୁବନେଶ୍ୱର ସହକାରୀ ଯନ୍ତ୍ରୀ ଗଣେଶ୍ୱର ସେଠୀ, ସମ୍ବଲପୁର ଓଡ଼ିଶା ପାନୀୟ ନିଗମ ବିଏମ ଜୟଦୀପ ପଟ୍ଟନାୟକ, ସୁନ୍ଦରଗଡ଼ ଅବକାରୀ ନିରୀକ୍ଷକ ରିହାଜ ଅହମ୍ମଦ ବେଗ । ଅଜିତ ଓ ଜିତେନ୍ଦ୍ରଙ୍କ ବିରୋଧରେ ୨ଟି ଭିଜିଲାନ୍ସ ଭିଜିଲାନ୍ସ କେସ ରହିଛି ।

Leave A Reply

Your email address will not be published.