Latest Odisha News

BREAKING NEWS

ଆଇଟିବିପି କମ୍ବାଟ ୟୁନିଟ କେ୯ରେ ସାମିଲ ହେଲେ ୧୬ କୁକୁର ସଦସ୍ୟ

ଲଦାଖ: ଆଇଟିବିପି କମ୍ବାଟ ୟୁନିୟନ କେ୯ରେ ବୁଧବାର ୧୬ କୁକୁର ସଦସ୍ୟ ସାମିଲ ହୋଇଛନ୍ତି । ସେମାନଙ୍କ ନାମକରଣ ଉତ୍ସବ ଆୟୋଜନ କରାଯାଇଥିଲା । ସବୁ କୁକୁର ଛୁଆ ବେଲଜିୟନ ପ୍ରଜାତିର । ଗଲୱାନ ଘାଟିରେ ଶହୀଦ ହୋଇଥିବା ସେନାର ଅଧିକାରୀଙ୍କୁ ମନେ ପକାଇବା ପାଇଁ ଏହି କୁକୁର ଛୁଆଗୁଡିକରେ ନାମ ଗଲୱାନ, ଶ୍ୟୋକ ପରି ନାମ ରଖାଯାଇଛି । ପୂର୍ବରୁ ଏହି କୁକୁରଙ୍କ ନାମ ଇଂରାଜୀରେ ରଖାଯାଉଥିଲା । ଲଦାଖ ଘାଟିର ସୁରକ୍ଷା ବିଶେଷ ଭାବେ ଏହି କୁକୁରମାନଙ୍କ ଉପରେ ନ୍ୟସ୍ତ ରହିବ ।

ଓସାମା ବିନ ଲାଡେନଙ୍କୁ ଧରିବାରେ ବେଲଜିୟନ ପ୍ରଜାତିର କୁକୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । କୁକୁରଗୁଡିକର ବାପାଙ୍କ ନାମ ଗାଲା । ଏ ସବୁଗୁଡିକ ୨ଟି ମାଆ ଓଲଗା ଓ ଓଲେସିଆର ଛୁଆ ଅଟନ୍ତି । ୧୬ କୁକୁରଙ୍କ ନାମ ହେଲା ସସୋମା, ଦୌଲତ, ଶ୍ୟୋକ, ଚେନିଚା, ଗଲୱାନ, ଅନୀଲା, ଚୁଂଗଥୁଂଗ, ମୁଖପାରି, ୟୁଲୁ, ସୁଲତାନ ଚୁକୁସୁ, ସାଶୋର, ସିରିଜଲ, ଚାଇଙ୍ଗ, ଇମିସ, ଚିପଚାପ ଓ ରେଜାଙ୍ଗ ।

Leave A Reply

Your email address will not be published.