ବ୍ରହ୍ମପୁର: ବ୍ରହ୍ମପୁର ସହରର ଆମ୍ବପୁଆ ଠାରେ ଥିବା ରେଡକ୍ରସ୍ ଦୃଷ୍ଟିହୀନ ବିଦ୍ୟାଳୟ ଏବେ ସ୍ମାର୍ଟ ହେବାକୁ ଯାଉଛି। ୫-ଟି ବିଦ୍ୟାଳୟ ରୂପାନ୍ତରଣ ଅଭିଯାନରେ ବିଦ୍ୟାଳୟକୁ ସାମିଲ କରାଯିବ। ଏଠାରେ ଛାତ୍ରଛାତ୍ରୀମାନେ ଏଣିକି କମ୍ପୁଟର୍ ବ୍ରେଲରେ ପାଠ ପଢ଼଼ିବେ। ଏନେଇ ନିଷ୍ପତ୍ତି ହୋଇଯାଇଥିବା ବେଳେ ନିକଟ ଭବିଷ୍ୟତରେ କାର୍ଯ୍ୟାରମ୍ଭ ହେବାକୁ ଯାଉଛି। ଫଳରେ ଶହେରୁ ଅଧିକ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ପାଠପଢ଼଼ାରେ ବେଶ୍ ସହାୟକ ହେବ ବୋଲି ଗଞ୍ଜାମ ଜିଲା ସାମାଜିକ ସୁରକ୍ଷା ଅଧିକାରୀ(ଡିଏସ୍ଏସ୍ଓ) କଲ୍ୟାଣୀ ଦେବୀ ସୂଚନା ଦେଇଛନ୍ତି।
ରେଡକ୍ରସ ଦ୍ୱାରା ପରିଚାଳିତ ଏହି ଦୃଷ୍ଟିହୀନ ବିଦ୍ୟାଳୟକୁ ୧୯୭୪ ମସିହାରେ ତତ୍କାଳୀନ ରାଷ୍ଟ୍ରପତି ତଥା ବ୍ରହ୍ମପୁର ବାସିନ୍ଦା ଭି.ଭି.ଗିରି ଉଦ୍ଘାଟନ କରିଥିଲେ। ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଦୃଷ୍ଟିହୀନଙ୍କ ପାଠପଢ଼଼ା ସହିତ ରହିବା ବ୍ୟବସ୍ଥା ମଧ୍ୟ ଅଛି। ସଂପ୍ରତି ପିଲାମାନେ କେବଳ ବ୍ରେଲ୍ ବହିରେ ପାଠ ପଢ଼଼ୁଛନ୍ତି। ତେବେ ଶିକ୍ଷା ବ୍ୟବସ୍ଥାରେ ଆହୁରି ଉନ୍ନତି ଆଣିବା ପାଇଁ ଜିଲା ଶିକ୍ଷା ବିଭାଗ ଏବଂ ଜିଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ବିଦ୍ୟାଳୟକୁ ୫-ଟି ରୂପାନ୍ତରଣ ଅଭିଯାନରେ ସାମିଲ କରିବାକୁ ନିଷ୍ପତ୍ତି ହୋଇଥିଲା। ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଏନେଇ ପ୍ରସ୍ତାବ ପଠା ଯାଇଥିଲା। ପ୍ରସ୍ତାବକୁ ଶିକ୍ଷା ବିଭାଗ ତରଫରୁ ଅନୁମୋଦନ ମିଳିଯାଇଛି।
ଯେଉଁ ହାଇସ୍କୁଲଗୁଡ଼ିକ ବିଦ୍ୟାଳୟ ରୂପାନ୍ତରଣ ଅଭିଯାନରେ ସାମିଲ ହୋଇଛି, ସେଠାରେ ସ୍ମାର୍ଟ କ୍ଲାସ ରୁମ୍, ଇ-ଲାଇବ୍ରେରୀ, ଅତ୍ୟାଧୁନିକ ଲାବ୍ରୋଟାରୀ ସହ ଅନ୍ୟାନ୍ୟ ପାଠ୍ୟ ସୁବିଧା ରହିଛି। ହେଲେ ଦୃଷ୍ଟିହୀନ ବିଦ୍ୟାଳୟର ରୂପାନ୍ତରଣ ଭିନ୍ନ ରହିବ। ବର୍ତ୍ତମାନ କେବଳ ବ୍ରେଲ୍ ବହି ବ୍ୟବହାର ହେଉଛି। ରୂପାନ୍ତରଣ ହେଲେ ବ୍ରେଲ୍ ଆଧାରିତ କମ୍ପୁଟର ଲ୍ୟାବ୍, ପ୍ରତ୍ୟେକ ଟେବୁଲ୍ରେ ଅଡ଼ିଓ ସିଷ୍ଟମ୍ ସହ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ ଅତ୍ୟାଧୁନିକ ଜ୍ଞାନ କୌଶଳରେ ପାଠପଢ଼଼ା ଯିବ ବୋଲି ଡିଏସ୍ଏସ୍ଓ କଲ୍ୟାଣୀ ଦେବୀ ପ୍ରକାଶ କରିଛନ୍ତି। ୨୦୧୯ ମସିହାରେ ବିହାରର ବେଗୁସରାଇସ୍ଥିତ ଏକ ଦୃଷ୍ଟିହୀନ ବିଦ୍ୟାଳୟକୁ ଏକ ଘରୋଇ ସଂସ୍ଥା ଦ୍ୱାରା ସ୍ମାର୍ଟ ସ୍କୁଲରେ ରୂପାନ୍ତରିତ କରାଯାଇଛି। ସେଭଳି କିଛି ଢ଼ାଞ୍ଚାକୁ କାର୍ଯ୍ୟକାରୀ କରାଯିବ। ଏଠାରେ ସୂଚନା ଯୋଗ୍ୟ ଯେ, ଗଞ୍ଜାମ ଜିଲାରେ ମୋଟ ୬୨୮ଟି ହାଇସ୍କୁଲ ରହିଛି। ପ୍ରଥମ ପର୍ଯ୍ୟ।।ୟରେ ୧୩୩ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୨୩୩ଟି ବିଦ୍ୟାଳୟକୁ ରୂପାନ୍ତରଣ କରାଯାଇଛି। ତୃତୀୟ ପର୍ଯ୍ୟାୟରେ ୧୦୭ଟି ହାଇସ୍କୁଲର ରୂପାନ୍ତରଣ ହେବ। ଏଥିରେ ରହିଛି ବ୍ରହ୍ମପୁର ରେଡକ୍ରସ ଦୃଷ୍ଟିହୀନ ବିଦ୍ୟାଳୟ।
BREAKING NEWS
- CJP protest at Shivaji Park:ମୁମ୍ବାଇ ପୋଲିସର କାର୍ଯ୍ୟାନୁଷ୍ଠାନ;ଦିପକେଙ୍କ ସମେତ ୫୦୦ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ
- ଶାରଦୀୟ ଦୁର୍ଗାପୂଜା; ଆଜିଠୁ ଶ୍ରୀକ୍ଷେତ୍ରରେ ଷୋଳପୂଜା ବିଧି ଆରମ୍ଭ
- Strait of Hormuz:ହର୍ମୁଜରେ ଅଶୋଧିତ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ; ୫ ଭାରତୀୟ ଉଦ୍ଧାର
- ଏମ.ଏସ. ଧୋନିଙ୍କ ରେକର୍ଡ ସହ ସମକକ୍ଷ ହେଲେ ରାହୁଲ
- ନେସଲେର ‘ଲୋ ଫ୍ୟାଟ୍ ଡେରୀ ହ୍ୱାଇଟନ’ର ବିକ୍ରି ଉପରେ ରୋକ୍; କାହିଁକି ଅସୁରକ୍ଷିତ…
- ପୁରୁଷ ହକିରେ ଭାରତୀୟ ଦଳକୁ ସ୍ୱର୍ଣ୍ଣ, ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ କ୍ୱାଲିଫାଏ
- Shingles: କେବଳ ଚର୍ମ ରୋଗ ନୁହେଁ, ହୃଦୟ ଓ ମସ୍ତିଷ୍କକୁ କରିପାରେ ଆଟାକ୍
- ନଭେମ୍ବର ସୁଦ୍ଧା ଅଧ୍ୟାପକ ନିଯୁକ୍ତି ସମାପ୍ତ କରିବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ
- ଆକ୍ସନ ମୋଡରେ କମିଶନରେଟ୍ ପୋଲିସ, ଦୁଷ୍କର୍ମ ଅଭିଯୁକ୍ତକୁ ଏନକାଉଂଟର
- ପେଟ୍ରୋଲ ୫ ଓ ଡିଜେଲ ମୂଲ୍ୟରେ ୩ ଟଙ୍କା ବୃଦ୍ଧି କଲା ଏହି କମ୍ପାନୀ…

Comments are closed.