Latest Odisha News

ଫିଲ୍ମ‘ଥ୍ୟାଙ୍କ୍ ଗଡ୍‌’କୁ ନେଇ ଅଜୟ ଦେବଗନଙ୍କ ନାଁରେ ମାମଲା ରୁଜୁ

ଲକ୍ଷ୍ନୌ: ଅଜୟ ଦେବଗନ ଓ ରକୁଲପ୍ରୀତ ସିଂହ ଅଭିନୀତ ହିନ୍ଦୀ ଚଳଚ୍ଚିତ୍ର ‘ଥ୍ୟାଙ୍କ୍ ଗଡ୍‌’କୁ ନେଇ ଚାଲିଛି ବିରୋଧ। ଉତ୍ତରପ୍ରଦେଶର ଜନପଦ ଇଟାୱା ସମେତ ସାରା ଦେଶରେ ଏହି ଚଳଚ୍ଚିତ୍ରକୁ ବିରୋଧ କରାଯାଉଛି। ଏହି ଚଳଚ୍ଚିତ୍ରରେ ପୌରାଣିକ ଚରିତ୍ର ‘ଚିତ୍ରଗୁପ୍ତ’ଙ୍କୁ ଅଶାଳୀନ ଢଙ୍ଗରେ ଉପସ୍ଥାପନ କରାଯାଇଥିବା ନେଇ ଅଭିଯୋଗ କରିଛି ଅଖିଲ ଭାରତୀୟ କାୟସ୍ତ ମହାସଭା। ଉତ୍ତରପ୍ରଦେଶର ଇଟାୱାଠାରେ ଅଜୟ ଦେବଗନଙ୍କ ସମେତ ଫିଲ୍ମ ସହ ଜଡିତ ଅନେକ ବ୍ୟକ୍ତିଙ୍କୁ ବିରୋଧ କରି ସିଭିଲ ଲାଇନ ଥାନାରେ ଏକ ଇ-ଏଫଆଇଆର ଦାଖଲ କରାଯାଇଛି। ଅଖିଳ ଭାରତୀୟ କାୟସ୍ତ ମହାସଭା ଇଟାୱା ୟୁନିଟ୍ ସଭାପତି ନରେନ୍ଦ୍ର ରାଇଜାଦା ଏକ ଅନଲାଇନ୍ ଏଫ୍ଆଇଆର୍ ଦାଖଲ କରିଛନ୍ତି।

BjdElectrycity

ନରେନ୍ଦ୍ର ରାଇଜାଦାଙ୍କ ଅଭିଯୋଗ କରିଛନ୍ତି ଯେ, ଚିତ୍ରଗୁପ୍ତ ହେଉଛନ୍ତି ମୃତ୍ୟୁ ଦେବତା ଯମରାଜଙ୍କର ସହଯୋଗୀ। ଏହି ଚଳଚ୍ଚିତ୍ରରେ ଚିତ୍ରଗୁପ୍ତ ଅର୍ଦ୍ଧଉଲଗ୍ନ ମହିଳାଙ୍କ ଗହଣରେ ଚଳପ୍ରଚଳ କରୁଥିବାର ଦୃଶ୍ୟ ରହିଛି । ଏହା ହିନ୍ଦୁ ଧର୍ମାବଲମ୍ବୀଙ୍କ ଧାର୍ମିକ ଭାବନାକୁ କ୍ଷୁର୍ଣ୍ଣ କରୁଛି। ଭଗବାନ ଚିତ୍ରଗୁପ୍ତ ସମଗ୍ର ହିନ୍ଦୁ ସମାଜରେ ସମ୍ମାନିତ, କାୟସ୍ତ ସମାଜରେ ସମ୍ମାନିତ, କିନ୍ତୁ ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ ଭଗବାନ ଚିତ୍ରଗୁପ୍ତ ଭୂମିକାରେ ଅଭିନୟ କରିଛନ୍ତି ଏବଂ ତାଙ୍କର ଚରିତ୍ରକୁ ଅଶାଳୀନ ଢଙ୍ଗରେ ଉପସ୍ଥାପନ କରାଯାଇଛି। ଏହସହ ଚଳଚ୍ଚିତ୍ରରେ ଅପମାନଜନକ ଭାଷା ବ୍ୟବହାର କରାଯାଇଛି। ଏହାକୁ ଆଦୌ ବରଦାସ୍ତ କରାଯିବ ନାହିଁ।

ନରେନ୍ଦ୍ର ରାଇଜାଦା କହିଛନ୍ତି ଯେ, ରିଲିଜ ହୋଇଥିବା ଟ୍ରେଲରରୁ ଏବଂ ଅଜୟ ଦେବଗନଙ୍କ ଟ୍ୱିଟରରୁ ଏହା ସ୍ପଷ୍ଟ ହୋଇଛି ଯେ ପ୍ରଭୁ ଚିତ୍ରଗୁପ୍ତଙ୍କୁ ଅତ୍ୟଧିକ ଅପମାନିତ କରାଯାଇଛି। ତାଙ୍କର ଚିତ୍ରକୁ ନେଇ ଏପରି ବର୍ଣ୍ଣନା କରାଯିବା ଉଚିତ୍ ନୁହେଁ। ଭଗବାନ ଚିତ୍ରଗୁପ୍ତ ହେଉଛନ୍ତି ସର୍ବୋଚ୍ଚ ପିତା ବ୍ରହ୍ମାଙ୍କ ପୁତ୍ର, ଯିଏ ତାଙ୍କୁ ନିଜ ଶରୀରରୁ ସୃଷ୍ଟି କରିଥିଲେ। ସେଥିପାଇଁ ତାଙ୍କୁ କାୟସ୍ତ କୁହାଯାଏ। ତେଣୁ ଏହି ଫିଲ୍ମକୁ ତୁରନ୍ତ ବ୍ୟାନ୍ କରିବାକୁ ମହାସଭା ପକ୍ଷରୁ ଦାବି କରାଯାଇଛି।

Leave A Reply

Your email address will not be published.