ମଥୁରା: ବାରମ୍ବାର ତାଗିଦ ସତ୍ତ୍ୱେ ମାନୁନି ଇସ୍କନ । ପୁଣି ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ବିବାଦ ମୁଣ୍ଡ ଟେକିଛି । ପୂର୍ବରୁ ମୁମ୍ବାଇ ଶିବାଜୀ ପାର୍କରେ ଅଦିନିଆ ରଥଯାତ୍ରାକୁ ନେଇ ପ୍ରଶ୍ନ ଉଠିବା ଉଠିଥିଲା । ଏବେ ଇସ୍କନ ତରଫରୁ ଏହାକୁ ଭିନ୍ନ ଢଙ୍ଗରେ ପାଳନ କରାଯାଉଛି । ଏହାର ନାଁ ‘ହରେକୃଷ୍ଣ ଫେଷ୍ଟିଭାଲ’ ଦିଆଯାଇଛି । ମଥୁରାରେ ଏହି ପୋଷ୍ଟର ଲାଗିଛି, ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ପୋଷ୍ଟର୍ରେ ହରେକୃଷ୍ଣ ଫେଷ୍ଟିଭାଲ ଲେଖା ରହିଥିବା ବେଳେ ରୁଚ୍ ଚାର୍ଟ ମଧ୍ୟ ରହିଛି । ସବୁଠୁ ବଡ କଥା ହେଉଛି ଏହି ପୋଷ୍ଟରରେ ରଥର ଫଟୋ ମଧ୍ୟ ରହିଛି । ଚଳିତ ମାସ ୧୮ ତାରିଖ ଦିନ ଏହି ହରେକୃଷ୍ଣ ଫେଷ୍ଟିଭାଲ ଆୟୋଜନ କରାଯାଉଛି । ମୁକୁନ୍ଦ ବିହାର ଅଂଚଳରେ ଅପରାହ୍ନ ୨ଟାରେ ସମୟରେ ଏହା ଅନୁଷ୍ଠିତ ହେବ ବୋଲି ପୋଷ୍ଟରରେ ସୂଚନା ଦିଆଯାଇଛି । ତେବେ ଏହାକୁ ନେଇ ବୁଦ୍ଧିଜୀବୀ ଓ ଭକ୍ତଙ୍କ ମହଲରେ ପୁଣି ଥରେ ଅସନ୍ତୋଷ ପ୍ରକାଶ ପାଇଛି ।
BREAKING NEWS
- ଟି୨୦ ବିଶ୍ୱକପ ପରେ ଟ୍ରେନରେ ଲୁଚି କରି ଘରକୁ ଗଲେ ଏହି ଷ୍ଟାର ଖେଳାଳି
- LPG Fuel Made: କେଉଁ ଦେଶ ସବୁଠାରୁ ଅଧିକ ଉତ୍ପାଦନ କରେ LPG? କେମିତି ତିଆରି ହୁଏ ରନ୍ଧନ ଗ୍ୟାସ୍?
- ସ୍ୱଦେଶ ଫେରିବା ଆରମ୍ଭ କଲେ ୱେଷ୍ଟଇଣ୍ଡିଜ ଖେଳାଳି
- ଏଣିକି ପ୍ରତି ଜିଲ୍ଲାରେ ହେବ ପୁସ୍ତକ ମହୋତ୍ସବ
- Suspended: ମଦ ପିଇ ଆସିଥିଲେ ଅଫିସ୍…୩ ତହସିଲ କର୍ମଚାରୀଙ୍କୁ ନିଲମ୍ୱନ କଲେ ଜିଲ୍ଲାପାଳ
- Hotter Months Ahead: ଆକାଶରୁ ହେବ ଅଗ୍ନି ବର୍ଷା! ଭାରତକୁ କଲବଲ କରିପାରେ ଗରମ ମାସ…WMO କରାଇଲା ସତର୍କ
- ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇ ୩ କର୍ମଚାରୀ ବହିଷ୍କୃତ
- ଗୁପ୍ତଚର ଅଭିଯୋଗରେ ଭାରତୀୟ ନୌସେନାର ଜଣେ ଯବାନ ଗିରଫ, ISIକୁ ଦେଉଥିଲା ସମ୍ବେଦନଶୀଳ ସୂଚନା
- ଜଗତସିଂହପୁର ଜିଲ୍ଲାର ୬୯ ମଣ୍ଡି ନୋଡାଲ ଅଫିସରଙ୍କ ଦରମା ବନ୍ଦ
- BrahMos Missile Deal: ଯୁଦ୍ଧ ଭିତରେ ଭାରତଠୁ କ୍ଷେପଣାସ୍ତ୍ର କିଣିବ ଏହି ମୁସଲିମ ଦେଶ…
Comments are closed.