Latest Odisha News

BREAKING NEWS

ପୁଣି ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ବିବାଦ

ମଥୁରା: ବାରମ୍ବାର ତାଗିଦ ସତ୍ତ୍ୱେ ମାନୁନି ଇସ୍କନ । ପୁଣି ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ବିବାଦ ମୁଣ୍ଡ ଟେକିଛି । ପୂର୍ବରୁ ମୁମ୍ବାଇ ଶିବାଜୀ ପାର୍କରେ ଅଦିନିଆ ରଥଯାତ୍ରାକୁ ନେଇ ପ୍ରଶ୍ନ ଉଠିବା ଉଠିଥିଲା । ଏବେ ଇସ୍କନ ତରଫରୁ ଏହାକୁ ଭିନ୍ନ ଢଙ୍ଗରେ ପାଳନ କରାଯାଉଛି । ଏହାର ନାଁ ‘ହରେକୃଷ୍ଣ ଫେଷ୍ଟିଭାଲ’ ଦିଆଯାଇଛି । ମଥୁରାରେ ଏହି ପୋଷ୍ଟର ଲାଗିଛି, ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ପୋଷ୍ଟର୍‌ରେ ହରେକୃଷ୍ଣ ଫେଷ୍ଟିଭାଲ ଲେଖା ରହିଥିବା ବେଳେ ରୁଚ୍ ଚାର୍ଟ ମଧ୍ୟ ରହିଛି । ସବୁଠୁ ବଡ କଥା ହେଉଛି ଏହି ପୋଷ୍ଟରରେ ରଥର ଫଟୋ ମଧ୍ୟ ରହିଛି । ଚଳିତ ମାସ ୧୮ ତାରିଖ ଦିନ ଏହି ହରେକୃଷ୍ଣ ଫେଷ୍ଟିଭାଲ ଆୟୋଜନ କରାଯାଉଛି । ମୁକୁନ୍ଦ ବିହାର ଅଂଚଳରେ ଅପରାହ୍ନ ୨ଟାରେ ସମୟରେ ଏହା ଅନୁଷ୍ଠିତ ହେବ ବୋଲି ପୋଷ୍ଟରରେ ସୂଚନା ଦିଆଯାଇଛି । ତେବେ ଏହାକୁ ନେଇ ବୁଦ୍ଧିଜୀବୀ ଓ ଭକ୍ତଙ୍କ ମହଲରେ ପୁଣି ଥରେ ଅସନ୍ତୋଷ ପ୍ରକାଶ ପାଇଛି ।

Leave A Reply

Your email address will not be published.