Latest Odisha News

BREAKING NEWS

ମ୍ୟାଜିକ ପେନ ଜରିଆରେ ବ୍ୟବସାୟୀଙ୍କ ଠାରୁ ୨୨,୫୦୦ଟଙ୍କାର ଠକେଇ

ଭୁବନେଶ୍ୱର: ମ୍ୟାଜିକ ପେନ ଜରିଆରେ ଭୁବନେଶ୍ୱରର ଏକ ବ୍ୟବସାୟୀଙ୍କ ଠାରୁ ୨୨ ହଜାର ୫୦୦ ଟଙ୍କା ଠକି ନେଇଥିବା ଅଭିଯୋଗ ଆସିଛି । ସ୍ୟାହି ଲିଭିପାରୁଥିବା ପେନ ମାଧ୍ୟମରେ ଠକେଇ ହୋଇଥିବା ଜଣାପଡିଛି । ମାମଲାଟି ସାମନାକୁ ଆସିବା ପରେ ଠକାମିର ଶିକାର ହୋଇଥିବା ବ୍ୟବସାୟୀ ସୋମନାଥ ସାହୁ ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି । ବାପୁଜୀ ନଗରରେ ସୋମନାଥ ସାହୁଙ୍କ ଇଲେକ୍ଟେ୍ରାନିକ ଜିନିଷର ଦୋକାନ ଅଛି ।

ପୋଲିସର କହିବାନୁସାରେ, ଠକ ଜଣକ ବ୍ୟାଙ୍କ ପ୍ରତିନିଧି ସାଜି ବ୍ୟବସାୟୀଙ୍କ ଦୋକାନରୁ ମାର୍ଚ୍ଚ ୪ ତାରିଖରେ କଳାକନା ବୁଲାଇଛନ୍ତି । ଦୁର୍ବୃତ୍ତ ଜଣକ ନିଜକୁ ବିକାଶ ସାହୁ କହି ୧ ଲକ୍ଷ ଟଙ୍କାର ଋଣ ନେବା ପାଇର୍ ଅଫର କରିଥିଲା । ସୋମନାଥଙ୍କ ଟଙ୍କା ଦରକାର ଥିବାରୁ ସେ ରାଜି ହୋଇଥିଲେ । ତା’ପର ଦିନ ଦୋକାନକୁ ଆସି ପ୍ରୋସେସିଙ୍ଗ ଫି ବାବଦକୁ ୧୦୦ ଟଙ୍କା ମାଗିଥିଲା । ଆଉ ଏକ କ୍ୟାନସଲ ହୋଇଥିବା ଚେକରେ ସେ ସୋମନାଥଙ୍କ ଦସ୍ତଖତ ମାଗିଥିଲା । ଦ୍ୱିପହର ପର୍ଯ୍ୟନ୍ତ ଋଣ ଜମା ହୋଇଯିବା ନେଇ ଆଶ୍ୱାସନା ଦେଇଥିଲା ।

ପରେ ସୋମନାଥ ଖାତାରୁ ୨୨ହଜାର ୫୦୦ ଟଙ୍କା ଉଠାଯାଇଥିବା ନେଇ ଜାଣିଥିଲେ । ବ୍ୟାଙ୍କ ସହିତ ସଂପର୍କ କରିବାରୁ ସେ ଏହି ଠକାମି ବିଷୟରେ ଜାଣି ପାରିଥିଲେ । ଚେକରେ ଉଲ୍ଲେଖ ଥିବା ଟଙ୍କାକୁ ଲିଭାଇ ସେଥିରେ ୨୨ହଜାର ୫୦୦ଟଙ୍କା ଲେଖି ଉଠାଇନେଇଥିଲା ଦୁର୍ବୃତ୍ତ ।

Leave A Reply

Your email address will not be published.