Latest Odisha News

BREAKING NEWS

ୟେସ ବ୍ୟାଙ୍କ ସଙ୍କଟ ପୂର୍ବରୁ ଟଙ୍କା ଉଠାଇ ନେଇଥିଲା ତିରୁମାଲା ତିରୁପତି ଦେବସ୍ଥାନମ ଟ୍ରଷ୍ଟ

ହାଇଦ୍ରାବାଦ: ୟେସ ବ୍ୟାଙ୍କ ସଙ୍କଟରୁ ବଂଚିଗଲା ଆନ୍ଧ୍ର ପ୍ରଦେଶର ତିରୁମାଲା ସ୍ଥିତ ତିରୁପତି ଭେଙ୍କଟେଶ୍ୱର ମନ୍ଦିର । ଏହି ମନ୍ଦିରର ଟ୍ରଷ୍ଟ କିଛି ମାସ ପୂର୍ବରୁ ହିଁ ୟେସ ବ୍ୟାଙ୍କରୁ ୧୩୦୦ କୋଟି ଟଙ୍କା ଉଠାଇ ନେଇଥିଲା । ୱାଇ.ଭି ସୁବା ରେଡ୍ଡୀ ତିରୁମାଲା ତିରୁପତି ଦେବସ୍ଥାନମର ଅଧ୍ୟକ୍ଷ ହେବାର ତୁରନ୍ତ ପରେ ଅଧିକାରୀଙ୍କୁ ୟେସ ବ୍ୟାଙ୍କରେ ଜମା ହୋଇଥିବା ଟଙ୍କା ଉଠାଇ ନେବାକୁ କହିଥିଲେ । ଏହି ଟ୍ରଷ୍ଟ ୪ଟି ଘରୋଇ ବ୍ୟାଙ୍କରେ ଟଙ୍କା ଜମା କରିଥିଲା । ସେମଧ୍ୟରୁ ୟେସ ବ୍ୟାଙ୍କ ଗୋଟିଏ ।

ସୁବା ରେଡ୍ଡୀ ଏହି ଘରୋଇ ବ୍ୟାଙ୍କ ଗୁଡିକର ଆର୍ଥିକ ସ୍ଥିତି ପରଖିବା ପରେ ୟେସ ବ୍ୟାଙ୍କରୁ ୧୩୦୦ କୋଟି ଟଙ୍କା ଉଠାଇ ନେବାର ନିଷ୍ପତ୍ତି ନେଇଥିଲେ । ସେ ଏହି ନିଷ୍ପତ୍ତି ପାଇଁ ଟ୍ରଷ୍ଟର ଅନ୍ୟ ସଦସ୍ୟଙ୍କ ଦ୍ୱାରା ଚାପର ବଶବର୍ତ୍ତୀ ହୋଇଥିଲେ । ଏହି ମାମଲାରେ ସେ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନ ମୋହନ ରେଡ୍ଡୀଙ୍କୁ ଅବଗତ କରାଇବା ପରେ ୟେସ ବ୍ୟାଙ୍କରୁ ଏହି ଟଙ୍କା ଉଠାଣ ହୋଇଥିଲା ।

Leave A Reply

Your email address will not be published.