Latest Odisha News

BREAKING NEWS

ଏମିତି ମନ୍ଦିର, ଯେଉଁଠି ବାଜେ ନାହିଁ ଶଙ୍ଖ

ମନ୍ଦିର ନାଁ ଶୁଣିବା ମାତ୍ରେ ମନକୁ ଘଣ୍ଟଘଣ୍ଟି ଏବଂ ଶଙ୍ଖ ବାଜିବାର ଶବ୍ଦ ଆସେ । କିନ୍ତୁ ଏମିତି ଏକ ମନ୍ଦିର ଅଛି, ଯେଉଁଠି ଶଙ୍ଖ ଆଦୌ ବାଜେ ନାହିଁ । ଏହି ମନ୍ଦିରରେ ବିନା କୌଣସି ଶବ୍ଦରେ ଆରତି କରାଯାଏ । ଶଙ୍ଖ ଧ୍ୱନି ନ ବାଜିବା ପଛରେ ଏକ ବଡ଼ ରହସ୍ୟ ରହିଛି । ଆପଣ ଏହାର ରହସ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ଉତ୍ତରାଖଣ୍ଡରେ ରହିଛି ବଦ୍ରିନାଥ ମନ୍ଦିର । ଏହି ମନ୍ଦିରରେ କେବେ ବି ଶଙ୍ଖ ବାଜେ ନାହିଁ । ଏହାର ପ୍ରତ୍ୟେକ ଦିଗ ବୈଜ୍ଞାନିକ, ପୁରାଣ ଏବଂ ଧାର୍ମିକ ସହିତ ଜଡ଼ିତ । ବିଜ୍ଞାନ ଅନୁଯାୟୀ, ଶୀତଦିନେ ଚାରିଆଡ଼େ ତୁଷାରପାତ ହୋଇଥାଏ । ଏପରି ପରିସ୍ଥିତିରେ, ଯଦି ଏଠାରେ ଶଙ୍ଖ ଫୁଙ୍କାଯାଏ ଏହାର ଶବ୍ଦ ପର୍ବତ ସହ ବାଜି ଆସି ଇକୋ ସୃଷ୍ଟି କରେ । ଏହି କାରଣରୁ ବରଫରେ ଫାଟ ସୃଷ୍ଟି ହେବାର ସମ୍ଭାବନା କିମ୍ବା ଭୂସ୍ଖଳନ ହେବାର ସମ୍ଭାବନା ରହିଥାଏ । କାରଣ ସମସ୍ତ ବାଦ୍ୟଯନ୍ତ୍ର ମଧ୍ୟରେ ଶଙ୍ଖର ଶବ୍ଦ ସବୁଠାରୁ ଉଚ୍ଚ ବୋଲି ବିବେଚନା କରାଯାଏ । ଏହା କମ୍ପନ ସୃଷ୍ଟି କରେ ।

ସାଧୁମାନେ ଅସୁରମାନଙ୍କୁ ଭୟ କରୁଥିଲେ ଏବଂ ସେମାନଙ୍କର ଆଶ୍ରମରେ ମଧ୍ୟ ପୂଜା କରିପାରୁ ନ ଥିଲେ । ଥରେ ମାତା ଲକ୍ଷ୍ମୀ ଏଠାରେ ନିର୍ମିତ ତୁଳସୀ ଭବନରେ ଧ୍ୟାନ କରୁଥିଲେ । ସେହି ସମୟରେ ଭଗବାନ ବିଷ୍ଣୁ ଶଙ୍ଖଚୂର୍ଣ୍ଣ ନାମକ ଏକ ରାକ୍ଷସକୁ ବଧ କରିଥିଲେ । ଯୁଦ୍ଧ ଶେଷ ହେବା ପରେ ସାଧାରଣତଃ ଶଙ୍ଖ ବଜାଯାଏ । କିନ୍ତୁ ଭଗବାନ ବିଷ୍ଣୁ ମାତା ଲକ୍ଷ୍ମୀଙ୍କ ଧ୍ୟାନକୁ ବ୍ୟାହତ କରିବାକୁ ଚାହୁଁ ନ ଥିବାରୁ ଶଙ୍ଖ ବାଜି ନ ଥିଲା । ପୌରାଣିକ ବିଶ୍ୱାସ ଅନୁଯାୟୀ, ସେବେଠାରୁ ବଦ୍ରିନାଥ ଧାମରେ ଶଙ୍ଖ ବଜାଯାଏ ନାହିଁ ।

Leave A Reply

Your email address will not be published.