Latest Odisha News

BREAKING NEWS

ଜନ୍ମଦିନରେ ଗ୍ରାଣ୍ଡ ପାର୍ଟି ଦେବେ ଶାହାରୁଖ

ମୁମ୍ବାଇ: ବଲିଉଡର କିଙ୍ଗ୍‌ଖାନ ଶାହାରୁଖ ଖାନ୍‌ଙ୍କ ଚଳିତ ବର୍ଷ ଶୁଭ ଥିଲା । କାରଣ ଏହି ବର୍ଷ ରିଲିଜ୍ ହୋଇଥିବା ପଠାନ ଓ ଯବାନ ବକ୍ସ ଅଫିସରେ ରେକର୍ଡ଼ କରିଛି । ଏହି ଦୁଇଟି ଫିଲ୍ମ ଆଶା ବାହାରେ ବ୍ୟବସାୟ କରିଛି । ଏହାକୁ ନେଇ ଶାହାରୁଖ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏସବୁ ଖୁସିରେ ସେ ତାଙ୍କ ଜନ୍ମଦିନରେ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଛନ୍ତି । ଏଥିରେ ଅନେକ କଳାକାର ସାମିଲ ହେବେ ।

ନଭେମ୍ବର ୨ରେ ଶାହାରୁଖ ୫୮ ତମ ଜନ୍ମଦିନ ପାଳନ କରିବେ । ଏହି ବର୍ଷ ତାଙ୍କ କ୍ୟାରିୟର ପାଇଁ ବହୁତ ଭଲ ହୋଇଛି । ୨୦୨୩ରେ, ତାଙ୍କ ଚଳଚ୍ଚିତ୍ର ଗ୍ଲୋବାଲ ବକ୍ସ ଅଫିସରେ ୨୦୦୦ କୋଟି ଟଙ୍କା ବ୍ୟବସାୟ କରିଛି । ଏହି କାରଣରୁ ସୁପରଷ୍ଟାର ତାଙ୍କ ଜନ୍ମଦିନକୁ ଧୂମଧାମ ସହିତ ପାଳନ କରିବାକୁ ଯାଉଛନ୍ତି । ଏହି ଦିନଟି ଏକ ଭବ୍ୟ ଉତ୍ସବ ପରି ପାଳନ କରାଯିବ । ସବୁଠୁ ବଡ଼ କଥା, ଶାହରୁଖଙ୍କ ଜନ୍ମଦିନରେ ହିଁ ତାଙ୍କ ଅଭିନିତ ଫିଲ୍ମ ଡ଼ଙ୍କିର ଟିଜର ରିଲିଜ୍ ହେବ । ଏହି ଗ୍ରାଣ୍ଡ ପାର୍ଟିରେ କରଣ ଜୋହର, ଆଲିଆ ଭଟ୍ଟ, କାଜୋଲ, ଦୀପିକା ପାଦୁକୋନ, ରାଜକୁମାର ହିରାନି, ଏଟଲି, ସିଦ୍ଧାର୍ଥ ଆନନ୍ଦ ପ୍ରମୁଖ ଯୋଗ ଦେବେ ।

Leave A Reply

Your email address will not be published.