Latest Odisha News

ବିଧାନସଭା ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ, କଂଗ୍ରେସ ବିଧାୟକ ଦଳର ନେତା କିଏ ହେବେ ଜାରି ରହିଛି ଦ୍ୱନ୍ଦ୍ୱ

ଭୁବନେଶ୍ୱର: ଆସନ୍ତାକାଲିଠୁ ଆରମ୍ଭ ହେଉଛି ବିଧାନସଭା। ଏହା ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ବସିଥିଲା। କିନ୍ତୁ ବୈଠକର ପ୍ରଥମ ଥର ପାଇଁ କୌଣସି କଂଗ୍ରେସ ବିଧାୟକ ଯୋଗ ଦେଇନଥିଲେ। ବିଜେପି ସରକାରକୁ ଆସିଛି। ସମସ୍ତଙ୍କ ସହଯୋଗ ଲୋଡି ରାଜ୍ୟରେ ବିକାଶ ପାଇଁ ପଦକ୍ଷେପ ନେବ ବୋଲି କହୁଛି। କିନ୍ତୁ ଏହାରି ଭିତରେ ସର୍ବଦଳୀୟ ବୈଠକରେ କଂଗ୍ରେସ ନେତା ସାମିଲ ନହେବା ଦଳ ଭିତରେ ପୁରୁଣା ରୋଗ ଏବେ ବି ରହିଛି ବୋଲି ଜଣାପଡିଛି।

ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ବୈଠକରେ କଂଗ୍ରେସ ଏବଂ ସିପିଏମର ନେତା ସାମିଲ ହୋଇନାହାନ୍ତି। ସେ କିନ୍ତୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଫୋନ୍ କରିଥିଲେ। କିନ୍ତୁ ତାଙ୍କ ଦଳର ବିଧାୟକ ଦଳ ନେତା ସ୍ଥିର ହୋଇପାରିନଥିବାରୁ କେହି ବୈଠକରେ ସାମିଲ ହୋଇନାହାନ୍ତି । ସେହିପରି ବାମପନ୍ଥୀ ନେତା ଲକ୍ଷ୍ଣଣ ମୁଣ୍ଡାଙ୍କୁ ମଧ୍ୟ ସେ ଫୋନ୍ କରିଥିଲେ ବୋଲି କହିଛନ୍ତି।

ଏହାକୁ ନେଇ କଂଗ୍ରେସର ବରିଷ୍ଠ ନେତା ତାରା ବାହିନୀପତି ଅସନ୍ତୋଷ ପ୍ରକାଶ କରିଛନ୍ତି। ଇତିହାସରେ ଏପରି ଏକ ଘଟଣା ପ୍ରଥମ ଥର ପାଇଁ ଘଟିଛି। ଦଳର ନେତା ଘୋଷଣା ହୋଇପାରିନଥିବାରୁ ସର୍ବଦଳୀୟ ବୈଠକରେ ଅନୁପସ୍ଥିତ ରହିଲା କଂଗ୍ରେସ। ସେ ପାଞ୍ଚ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କୁ ଯଦି ନେତା ଭାବେ ଦଳ ଘୋଷଣା କରିବାକୁ ଚାହୁଁନି ତାହେଲେ ଠିକ୍ ଅଛି। ଅନ୍ୟ କାହା ନାମ ମଧ୍ୟ ଘୋଷଣା ହେଉ ବୋଲି ସେ କହିଛନ୍ତି।

ଏଥିର କଂଗ୍ରେସ ୧୪ଟି ବିଧାନସଭାରେ ବିଜୟୀ ହୋଇଛି। ପୂର୍ବରୁ ୯ ଜଣ ବିଧାୟକ ଥିଲେ। ଅଭିଜ୍ଞତା ଆଧାରରେ ବିଧାୟକଙ୍କ ମଧ୍ୟରେ ତାରା ବାହିନୀପତି ଆଗରେ ରହିବା କଥା। କିନ୍ତୁ ଦିଲ୍ଲୀ ଦରବାରରେ କିଛି ନେତା ଅନ୍ୟ ମାନଙ୍କ ନାଁକୁ ସୁପାରିସ କରୁଥିବା କୁହାଯାଉଛି। ଯେଉଁଥିପାଇଁ ଦଳ ଦ୍ୱନ୍ଦ୍ୱରେ ରହିଛି ବୋଲି କୁହାଯାଉଛି।

Comments are closed.