Latest Odisha News

BREAKING NEWS

ମୟୂରଭଞ୍ଜ ଲୋକସଭା ଆସନରୁ ଏଥର ଲଢିବେ ଶିବୁ ସୋରେନଙ୍କ ଝିଅ ଅଞ୍ଜନୀ

ବାରିପଦା: ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ପକ୍ଷରୁ ବୁଧବାର ରାଜ୍ୟର ଗୋଟିଏ ଲୋକସଭା ଓ ୫ ଟି ବିଧାନସଭା ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଦଳର କେନ୍ଦ୍ରୀୟ ଅଧ୍ୟକ୍ଷ ଶିବୁ ସୋରେନ ଏକ ପ୍ରେସ ବିବୃତିରେ ଏନେଇ ସୂଚନା ଦେଇଛନ୍ତି ।

ସୁଚନା ମୁତାବକ ମୟୁରଭଞ୍ଜ ଲୋକସଭା ଆସନରେ ଅଞ୍ଜନୀ ସୋରେନ ଏବଂ ମୟୁରଭଞ୍ଜ ଲୋକସଭା କ୍ଷେତ୍ର ଅଧୀନ ସାରସକଣା ବିଧାନସଭା ଆସନରେ ମହେଶଚନ୍ଦ୍ର ହେମ୍ବ୍ରମ, ବାଙ୍ଗିରିପୋଷି ବିଧାନସଭା ଆସନରେ ସୁନ୍ଦର ମୋହନ ସିଂ, ମୋରଡା ବିଧାନସଭା ଆସନରେ କଳିଙ୍ଗ କେଶରୀ ଜେନା ଏବଂ ରାଇରଙ୍ଗପୁର ବିଧାନସଭା ଆସନରେ ସୁନାରାମ ଟୁଡୁଙ୍କ ନାମ ଘୋଷଣା କରାଯାଇଛି । ସେହିପରି ବିରମିତ୍ରପୁର ବିଧାନସଭା ଆସନରେ ସେବିୟନ ଆଇନ୍ଦଙ୍କୁ ଦଳ ପ୍ରାର୍ଥୀ କରିଛି । ଲୋକସଭା ପ୍ରାର୍ଥୀ ଅଞ୍ଚନୀ ସୋରେନ ହେଉଛନ୍ତି ଜେଏମଏମ କେନ୍ଦ୍ରୀୟ ଅଧ୍ୟକ୍ଷ ଶିବୁ ସୋରେନଙ୍କ ଝିଅ ।

ସେହିପରି ସାରସକଣା ବିଧାୟକ ପ୍ରାର୍ଥୀ ଜେଏମଏମ ରାଜ୍ୟ ସଭାପତି ହୋଇଥିବା ବେଳେ ମୋରଡା ବିଧାୟକ ପ୍ରାର୍ଥୀ କଳିଙ୍ଗ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ଦଳରେ କାର୍ଯ୍ୟ କରୁଛନ୍ତି । ପ୍ରକାଶ ଥାଉକି ରାଜ୍ୟରେ କଂଗ୍ରେସ ଓ ଜେଏମଏମ ମିଳିତ ଭାବେ ନିର୍ବାଚନ ଳଢ଼ିବା ନେଇ ଆଲୋଚନା କରାଯାଇଥିଲା ।

ହେଲେ ଏହାର ଚୁଡାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ । ତେବେ ପୁର୍ବରୁ କଂଗ୍ରେସ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୟୁରଭଞ୍ଜ ଲୋକସଭା ପ୍ରାର୍ଥୀ ଘୋଷଣା କରାଯାଇ ନଥିବା ବେଳେ ଏହି ଲୋକସଭା କ୍ଷେତ୍ରର କେବଳ ବାରିପଦା, ଯଶିପୁର ଓ ଉଦଳା ବିଧାନସଭା ଆସନରେ ପ୍ରାର୍ଥୀ ଦେଇଛି ।

 

Leave A Reply

Your email address will not be published.