କଟକ: ଅନୁଭବଙ୍କ ପିଛା ଛାଡୁନି ବିବାଦ । ପୁଣି ଆଉ ଏକ ନୂଆ ବିବାଦରେ ଛନ୍ଦି ହୋଇଛନ୍ତି କେନ୍ଦ୍ରାପଡା ସାଂସଦ ତଥା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି । ଆଜି କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ଅନୁଭବଙ୍କ ନାଁରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ନିର୍ବାଚନୀ ସତ୍ୟପାଠରେ ସାଂସଦ ଅନୁଭବ ମହାନ୍ତି ଭୁଲ ତଥ୍ୟ ଦେଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଅଭିଯୋଗ କରିଛନ୍ତି । ଅନୁଭବଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟାକ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ ଦାବି କରିଛନ୍ତି । ନଚେତ ଆଗାମି ଦନରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି ।
ପ୍ରେସ୍ମିଟ୍ରେ କଂଗ୍ରେସ ନେତା କହିଛନ୍ତି ଯେ, ବର୍ତ୍ତମାନ ଯାଏ ଅନୁଭବ କଟକ କନ୍ଦରପୁର କଲେଜର ଛାତ୍ର ଅଛନ୍ତି । ବର୍ତ୍ତମାନ ସୁଦ୍ଧା ଅନୁଭବ କନ୍ଦରପୁର କଲେଜରୁ ଯୁକ୍ତ ୩ରେ ପଢ଼ୁଛନ୍ତି । ଏବଂ ଏବେ ସୁଦ୍ଧା ସେ କଲେଜରୁ ପାସ୍ ହୋଇନାହାନ୍ତି । ହେଲେ ୨୦୧୪ ନିର୍ବାଚନ ସତ୍ୟପାଠ ଅନୁଯାୟୀ ଅନୁଭବ ମିରଟର ସୋଭିଏତ୍ ୟୁନିର୍ଭସିଟି ଅଫ୍ ଟେକ୍ନୋଲୋଜିରୁ ଗ୍ରାଜୁଏସନ କରିଥିବା ନେଇ ଉଲ୍ଲେଖ କରିଛନ୍ତି ।
କିନ୍ତୁ ଅନୁଭବ ମିରଟର ଯେଉଁ କଲେଜରୁ ୨୦୧୪ରେ ଗ୍ରାଜୁଏସନ୍ ପାସ୍ କରିଥିବା ନେଇ ଉଲ୍ଲେଖ କରିଛନ୍ତି ସେହି ବିଶ୍ୱବିଦ୍ୟାଳୟକୁ ୨୦୧୦ରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ପକ୍ଷରୁ କଲେଜ ମାନ୍ୟତା ରଦ୍ଦ କରିଦିଆଯାଇଥିବା ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ ହୋଇଛି । ତେବେ ମାନ୍ୟତା ରଦ୍ଦ ହୋଇଥିବା ୟୁନିର୍ଭସିଟିରେ ଅନୁଭବ କେମିତି ପାଠ ପଢ଼ିଲେ ବୋଲି କଂଗ୍ରେସ ନେତା ନିଶିକାନ୍ତ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନୁଭବ ଏନେଇ ଉତ୍ତର ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି ।
BREAKING NEWS
- ୨୭ ରନ୍ କରି ଇତିହାସ ରଚିଲେ ଅଭିଷେକ : ଟି-ଟ୍ୱେଣ୍ଟି କ୍ରିକେଟରେ କଲେ ଏହି ବିଶ୍ୱ ରେକର୍ଡ
- ଶାନ୍ତି ବଣ୍ଡରେ ସ୍ୱାକ୍ଷର କରିବାକୁ ମନା କଲେ ନେହା ବୋରା
- ଏସୀୟ କ୍ରୀଡ଼ା ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ବିଜେତା କିଟ୍ ଓ କିସ୍ କ୍ରୀଡାବିତଙ୍କୁ ସମ୍ବର୍ଦ୍ଧନା
- ଏସୀୟ ପାରା ଗେମ୍ସ ୨୦୨୬ : ଇତିହାସ ରଚିଲା ଭାରତ, ସମାପନ ସମାରୋହରେ ନିଶାଦ,ମୋନା ହେଲେ ଧ୍ୱଜାବାହକ
- ବାୟୁ ପ୍ରଦୂଷଣର ପାଦ୍ରୁଭାବ, ଆଗାମୀ ୩ମାସ ମାସ୍କ ପିନ୍ଧିବାକୁ ପରାମର୍ଶ
- ଓଜେସିରେ ମିଶିଲେ ପୂର୍ବତନ ବିଂଝାରପୁର ବ୍ଲକ୍ କଂଗ୍ରେସ ସଭାପତି
- ସମ୍ଭାବ୍ୟ ବାତ୍ୟା; ପ୍ରବଳ ବର୍ଷା ନେଇ ଦକ୍ଷିଣ ଓଡ଼ିଶାକୁ ରେଡ୍ ଆଲର୍ଟ…
- ସମ୍ଭାବ୍ୟ ବାତ୍ୟା; ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା, ଜିରୋ କାଜୁଆଲିଟି…
- Vijay’s Big Aviation Move: ଏମିତି କାମ କରିଦେଲେ ମୁଖ୍ୟମନ୍ତ୍ରୀ ବିଜୟ…ସାବାସୀ ଦେଲେ ମୋଦୀ ସରକାର!
- ଦ୍ୱିତୀୟ T-20 ଜିତିଲା ଭାରତ

Comments are closed.