Latest Odisha News

BREAKING NEWS

ଏନସିପି ଓ ଶିବସେନା ସହ ମିଶି ମହାରାଷ୍ଟ୍ରରେ ସରକାର ଗଢିବାକୁ କଂଗ୍ରେସର ସମର୍ଥନ

ନୂଆଦିଲ୍ଲୀ: ଦୀର୍ଘଦିନ ଧରି ମହାରାଷ୍ଟ୍ରରେ ଚାଲିଥିବା ରାଜନୀତି ସମିକରଣର ଅନ୍ତ ଘଟିଛି । ପରିଶେଷରେ ଶିବସେନା ଓ ଏନସିପି ସହ ମେଣ୍ଟକରି ମହାରାଷ୍ଟ୍ରରେ ନୂତନ ସରକାର ଗଠନ ପାଇଁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିଜର ସହମତି ପ୍ରଦାନ କରିଥିବା ସୂତ୍ରରୁ ପ୍ରକାଶ ।

ଗୁରୁବାର ୨୧ ନଭେମ୍ବର ଦିନ କଂଗ୍ରେସ ୱାର୍କୀଙ୍ଗ କମିଟି ଏନସିପି ଓ ଶିବସେନା ସହ ମେଣ୍ଟ କରି ସରକାର ଗଢ଼ିବାକୁ ସହମତି ପ୍ରଦାନ କରିଥିବା ସୂତ୍ରରୁ ପ୍ରକାଶ।

ତେବେ ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଚୂଡାନ୍ତ ନିଷ୍ପତ୍ତି ଆଗାମୀ ୨ ରୁ ୩ ଦିନ ମଧ୍ୟରେ ନିଆଯିବ ବୋଲି ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ।

Leave A Reply

Your email address will not be published.