Latest Odisha News

BREAKING NEWS

କଟକ: ଥାନାରେ ଭଙ୍ଗାରୁଜା ଅଭିଯୋଗ, ୨୩ କର୍ମୀଙ୍କ ସହ କଂଗ୍ରେସ ନେତା ମହମ୍ମଦ ମୋକିମ ଗିରଫ

କଟକ: ବରିଷ୍ଠ କଂଗ୍ରେସ ନେତା ତଥା କଟକ ଜିଲ୍ଲା କଂଗ୍ରେସ ସଭାପତି ମହମ୍ମଦ ମୋକିମଙ୍କୁ ପୋଲିସ ଥାନାରେ ଦୁର୍ବ୍ୟବହାର କରିବା ଅଭିଯୋଗରେ ଗିରଫ କରିଛି । ଏହି ଅଭିଯୋଗରେ ଅନ୍ୟ ୨୩ ଜଣ କଂଗ୍ରେସ କର୍ମୀ ମଧ୍ୟ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି ।

ଅଭିଯୁକ୍ତ ମାନଙ୍କୁ ଗତରାତିରେ ବିଭିନ୍ନ ସ୍ଥାନରେ ଚଢଉ କରି ପୋଲିସ ଘରୁ ଉଠାଇ ଆଣିଛି ଥାନାରେ ଅଟକ ରଖିଛି । ତେବେ ମହମ୍ମଦ ମୋକିମଙ୍କୁ ତାଙ୍କ ଘରୁ ଉଠାଇ ଆଣି ଥାନାରେ ରଖିଥିବାର ସୂତ୍ରରୁ ଜଣାପଡ଼ିଛି ।

ଏହାର ପ୍ରତିକ୍ରିୟାରେ କଂଗ୍ରେସ ନେତା ମୋକିମ କହିଛନ୍ତି, “ପୋଲିସ କଂଗ୍ରେସର ସ୍ୱରକୁ ଚାପିଦେବାର ଏହା ଏକ ପ୍ରଚେଷ୍ଟା ମାତ । ଏହାକୁ ଆମେ ସହି ପାରିବୁ ନାହିଁ । ଆଗାମୀ ଦିନରେ ଅଧିକ ବିକ୍ଷୋଭ ପ୍ରଦର୍ଶନ ହେବ ।”

ଏଠାରେ ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ରାତିରେ ମହମ୍ମଦ ମୋକିମଙ୍କ ନେତୃତ୍ୱରେ କିଛି କଂଗ୍ରେସ କର୍ମୀ ଥାନାରେ ପଶି ଭଙ୍ଗାରୁଜା କରିବା ସହିତ ପୋଲିସ କର୍ମଚାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବାର ଅଭିଯୋଗ ହୋଇଥିଲା । ଏହି ଅଭିଯୁକ୍ତମାନେ ଥାନାରେ ଥିବା ବିଭିନ୍ନ କାଗଜପତ୍ର, ଗୁରୁତ୍ୱପୂର୍ଣ୍ଣ ନଥିପତ୍ର ସହିତ ଥାନାର ବିଭିନ୍ନ ଆସବାବପତ୍ରକୁ ଭଙ୍ଗାରୁଜା କରିଥିଲେ ।

ପରେ ବିକ୍ଷୋଭକାରୀମାନେ ପ୍ରତିବାଦ ସ୍ୱରୁପ ଥାନା ସମ୍ମୁଖ ରାସ୍ତାରେ ବସିରହି ବିଭିନ୍ନ ପୋଲିସ ବିରୋଧି ସ୍ଲୋଗାନ ଦେବା ସହିତ ରାସ୍ତାକୁ ଦୀର୍ଘ ସମୟ ଧରି ଅବରୋଧ କରିବା ଦେଖାଯାଇଥିଲା ।

Leave A Reply

Your email address will not be published.