Latest Odisha News

BREAKING NEWS

ତାରା କହିଲେ ନବ ଦାସଙ୍କୁ ଯିଏ ମାରିଛି ତା’କୁ ଫାଶୀ ହେଉ…

କୋରାପୁଟ: ନବ ଦାସଙ୍କ ହତ୍ୟାକାରୀକୁ ଫାଶୀ ଦିଆଯାଉ । ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନ ନ ଉଠୁ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଏଏସ୍ଆଇ ଗୁଳି କରି ହତ୍ୟା କରିବା । କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଥିବା ବେଳେ ରାଜନୈତିକ ବୟାନ ବାଜି ଥମୁନି । ପୋଲିସ ଉପରେ ପ୍ରଶ୍ନ ଉଠାଇ ଶାସକ, ବିରୋଧୀ ପରସ୍ପରକୁ ସମାଲୋଚନା କରୁଛନ୍ତି ।

ବୟାନବାଜି ଭିତରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ପିଏସ୍ଓ ଫେରାଇ ଦେଇଥିବା ବେଳେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ମୋ ପିଏସ୍ଓ ବି ଗୋପାଳ ନ ହେବ କିଏ କହିବ ? ବିଧାୟକଙ୍କ ଏଭଳି ମନ୍ତବ୍ୟକୁ ପିଏସ୍ଓ ନିନ୍ଦା କରୁଥିବା ବେଳେ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି ନବ ଦାସଙ୍କ ହତ୍ୟାକାରୀକୁ ଫାଶୀ ଦିଆଯାଉ ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ତାରା କହିଛନ୍ତି, ମୁଁ ବି ପୋଲିସରେ ଥିଲି । ଗୋଟିଏ ୟୁନିଅନର ନେତୃତ୍ୱ ନେଉଥିଲି । ଏବେ କିଛି ଲୋକ ପୋଲିସ ବିଭାଗକୁ ନିନ୍ଦା କରୁଛନ୍ତି । ବାସ୍ତବ କ୍ଷେତ୍ରରେ ମୁଁ ଅସହାୟ । ମୁଁ ବହୁବାର ମାଓ ବିରୋଧୀ ଅଭିଯାନରେ ସାମିଲ୍ ଥିଲି । ଯଦି କେହି ନକ୍ସଲଙ୍କୁ ଦମନ କରିଛନ୍ତି, ସେ ହେଉଛି ପୋଲିସ ବିଭାଗ ।

ଯିଏ ନବ ଦାସଙ୍କୁ ଗୁଳି ମାରିଛି ତାକୁ ଫାଶୀ ହେବା ଦରକାର । ତଦନ୍ତ ଚାଲିଛି, ଯେଉମାନେ ମାମଲାରେ ଜଡ଼ିତ ଥିବେ ସେମାନଙ୍କୁ ଫାଶୀ ଦିଆଯାଉ । କିନ୍ତୁ ପୋଲିସ ବିଭାଗକୁ ସମାଲୋଚନା କରା ନଯାଉ । ପୋଲିସରେ ବି ସଚ୍ଚୋଟ ଅଧିକାରୀ ଅଛନ୍ତି ବୋଲି କହିଛନ୍ତି ତାରା ବାହିନୀପତି ।

Leave A Reply

Your email address will not be published.