Latest Odisha News

କଂଗ୍ରେସର ନିର୍ବାଚନୀ ଇସ୍ତାହାର, ଘୋଷଣା ପତ୍ରରେ ୫ ନ୍ୟାୟ ଓ ୨୫ ଗ୍ୟାରେଣ୍ଟି

ନୂଆଦିଲ୍ଲୀ: କଂଗ୍ରେସ ଜାରି କଲା ନିର୍ବାଚନୀ ଇସ୍ତାହାର । ଇସ୍ତାହାରରେ ୫ନ୍ୟାୟ ଓ ୨୫ ଗ୍ୟାରେଣ୍ଟି ଘୋଷଣା କରିଛି କଂଗ୍ରେସ । ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ଜାରି କରିଥିବା ଇସ୍ତାହାରର ନାମ ରହିଛି ‘ନ୍ୟାୟ ପତ୍ର’। କଂଗ୍ରେସର ଏହି ଇସ୍ତାହାର ଦଳର ପାଞ୍ଚ ଜଣ ବିଚାରପତିଙ୍କୁ ଆଧାର କରି ପ୍ରସ୍ତୁତ ହୋଇଛି । ଏହି ଇସ୍ତାହାରରେ ଭାଗିଦାରୀ ନ୍ୟାୟ, କୃଷକ ନ୍ୟାୟ, ନାରୀ ନ୍ୟାୟ, ଶ୍ରମିକ ନ୍ୟାୟ ଓ ଯୁବା ନ୍ୟାୟ ନାମକ ୫ଟି ନ୍ୟାୟ ଘୋଷଣା କରିଛି ଦଳ । ଯଦି ଦଳ ଶାସନକୁ ଆସେ ତେବେ ଏସସି ଓ ଏସଟି ବର୍ଗଙ୍କ ସ୍ଥିତିକୁ ସଦୃଢ କରିବାକୁ ଦେଶରେ ଜାତି ଭିତ୍ତିକ ଜନଗଣନା କରାଇବା ସହ ସମ୍ପୃକ୍ତ ଜାତିଙ୍କ ପାଇଁ ସ୍ୱତନ୍ତ୍ର ଆଜେଣ୍ଡା ପ୍ରସ୍ତୁତ କରିବ ବୋଲି କହିଛି କଂଗ୍ରେସ ।

ସେହିପରି ଇସ୍ତାହାର ପତ୍ରରେ ୨୫ଟି ଗ୍ୟାରେଣ୍ଟି ଦେଇଛି ଦଳ । ସେଗୁଡିକ ହେଲା:-

  • ଏସସି, ଏସଟି ଓ ଓବିସି ପାଇଁ ସଂରକ୍ଷଣ ସୀମାକୁ ୫୦- ପ୍ରତିଶତକୁ ବୃଦ୍ଧି କରାଯିବ ।
  • ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ରହିବ ।
  • ଘର ନିର୍ମାଣ, ବ୍ୟବସାୟ କରିବାକୁ ଏସସି, ଏସଟି ବର୍ଗଙ୍କ ପାଇଁ ସଂସ୍ଥାଗତ ଋଣ ରାଶି ବୃଦ୍ଧି କରାଯିବ ।
  • ଓବିସି, ଏସସି, ଏସଟି ଛାତ୍ର ଛାତ୍ରୀଙ୍କ ପାଇଁ ସ୍କଲାରସିପ ରାଶିକୁ ୨ ଗୁଣା ବଢଯିବ ।
  • ଗରିବ ଓ ଏସସି, ଏସଟି ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆବାସିକ ବିଦ୍ୟାଳୟ ବ୍ୟବସ୍ଥାର ନେଟୱାର୍କ କରାଯିବ ।
  • ‘ଶ୍ରମ ନ୍ୟାୟ’ ଆଧାରରେ ଶ୍ରମିକଙ୍କୁ ସ୍ୱାସ୍ଥ୍ୟ ଅଧିକାର ମିଳିବା ସହ ଦୈନିକ ସର୍ବନିମ୍ନ ମଜୁରି ୪୦୦ ଟଙ୍କା ସୁନିଶ୍ଚିତ କରିବା ।
  • ସହରାଞ୍ଚଳରେ ରୋଜଗାରର ଗ୍ୟାରେଣ୍ଟି ।
  • ‘ମହିଳା ନ୍ୟାୟ’ ଅଧୀନରେ ମହାଲକ୍ଷ୍ମୀ ଗ୍ୟାରେଣ୍ଟି ଅଧୀନରେ ଗରିବ ପରିବାରର ମହିଳାମାନଙ୍କୁ ବାର୍ଷିକ ଏକ ଲକ୍ଷ ଟଙ୍କା ଦେବା ।
  • ବର୍ଷକୁ ୩୦ ଲକ୍ଷ ନିଯୁକ୍ତି
  • ଗରିବ ପରିବାରର ମହିଳାଙ୍କୁ ବାର୍ଷିକ ୧ ଲକ୍ଷ ଟଙ୍କା
  • ଜାତିଗତ ଜନଗଣନା
  • ଏମଏସପିକୁ ଆଇନଗତ ମାନ୍ୟତା
  • ମନରେଗା ମଜୁରି ୪୦୦ ଟଙ୍କାକୁ ବୃଦ୍ଧି
  • ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର ରୋକିବା
  • ପିଏମଏଲଏ ଆଇନରେ ପରିବର୍ତ୍ତନ କରିବା

Comments are closed.