Latest Odisha News

BREAKING NEWS

କଟକ: ଥାନା ଭିତରେ ଭଙ୍ଗାରୁଜା କଲେ କଂଗ୍ରେସ କର୍ମୀ

କଟକ : କଟକ ପୁରୀଘାଟ ଥାନା ଭିତରେ ପଶି କଂଗ୍ରେସ କର୍ମୀମାନେ ଆଜି ଭଙ୍ଗାରୁଜା କରିଛନ୍ତି । ଏଥିସହ ଥାନା ସମ୍ମୁଖରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।

ସୂଚନା ଅନୁଯାୟୀ କଟକ ଜିଲ୍ଲା କଂଗ୍ରେସ ସଭାପତି ମହମ୍ମଦ ମୁକିମଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଥାନା ଭିତରେ ଧସେଇ ପଶି ଆସବାବପତ୍ରକୁ ଭଙ୍ଗାରୁଜା କରିଥିଲେ । ଏପରିକି ସେମାନେ ମଧ୍ୟ ଥାନାରେ ଜଣେ ପୋଲିସ ଅଫିସରଙ୍କ ସହିତ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ପରେ ଏହାକୁ ନେଇ ବିକ୍ଷୋଭକାରୀମାନଙ୍କ ପକ୍ଷରୁ ଥାନା ସମ୍ମୁଖରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଥିଲା ।

ତେବେ ଗତକାଲି ଭାରତ ବନ୍ଦ ସମୟରେ କଟକ ମୁନିସିପାଲ କର୍ପୋରେସନ (ସିଏମସି) କାର୍ଯ୍ୟାଳୟ ଭିତରେ ପଶି ଦଳୀୟ କର୍ମୀମାନେ ଭଙ୍ଗାରୁଜା କରିବାରୁ ସେମାନଙ୍କୁ ଥାନାରେ ଅଟକ ରଖାଯାଇଥିଲା ।

ପରବର୍ତ୍ତି ସମୟରେ ଏହି କର୍ମୀମାନେ ଥାନା ଭିତରେ ପଶି ଅଟକ ରହିଥିବା କର୍ମୀଙ୍କୁ ନେବା ପାଇଁ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଭଙ୍ଗାରୁଜା କରିଥିଲେ । ଏଥିସହିତ “ଯେଉଁମାନେ ଆଇନକୁ ନିଜ ହାତକୁ ନେଇଛନ୍ତି, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ କହିଛନ୍ତି” କଟକ ଡିସିପି ଅଖିଳେଶ୍ୱର ସିଂହ ।

Leave A Reply

Your email address will not be published.