Latest Odisha News

BREAKING NEWS

୧୫ ବର୍ଷର ବାଳିକାକୁ ଗଣଦୁଷ୍କର୍ମ ପରେ ବେଶ୍ୟାଳୟରେ ବିକ୍ରି

କାମାକ୍ଷାନଗର / ଜଳେଶ୍ୱର: ବାହାରେ କାମ ଦେବା ବାହାନାରେ ୨ ଜଣ ବ୍ୟକ୍ତି ଏକ ୧୫ ବର୍ଷୀୟା ବାଳିକାକୁ ଗଣଦୁଷ୍କର୍ମ କରିବା ସହିତ କଲିକତାର ଏକ ବେଶ୍ୟାଳୟରେ ବିକ୍ରି କରିଦେଇଥିବା ଅଭିରେଯାଗ ହୋଇଛି ।

ମିଳିଥିବା ସୂଚନା ମୁତାବକ, ଅଜୟ ଜେନା ଓ ଅଜୟ ହେମ୍ବ୍ରମ ନାମକ ଦୁଇଜଣ ବ୍ୟକ୍ତି ବାଳିକାଟିକୁ କୋଲକାତାରେ ଚାକିରୀ ଦେବା କଥା ତା’ର ମାଆ ସହିତ କଥାବାର୍ତ୍ତା କରି ଜୁଲାଇ ୨୨ ତାରିଖ ଦିନ କଲିକତା ନେଇଯାଇଥିଲେ ।

ବାଳିକାଟିକୁ ଏହି ଦୁଇଜଣ ବ୍ୟକ୍ତି କଲିକତା ନେଇ ଏକ ଘରେ ରଖିଥିଲେ । ସେହି ଘରେ ସେମାନେ ଝିଅଟି ସହିତ ଅନେକ ଦିନ ଧରି ଦୁଷ୍କର୍ମ କରିଥିଲେ । ପରେ ଏହି ବାଳିକାଟିକୁ ଏକ ବେଶ୍ୟାଳୟରେ ବିକ୍ରି କରିଦେଇଥିଲେ ।

ତେବେ ଯାହାବି ହେଉ ପୀଡ଼ିତା ବାଳିକାଟି ୧୦ ଦିନ ପୂର୍ବରୁ କୌଶଳକ୍ରମେ ସେଠାରୁ ଖସି ଗାଆଁକୁ ଚାଲିଆସିଛି । ଘରକୁ ଆସିବା ପରେ ମାଆ ପାଖରେ ସମସ୍ତ କଥା ବର୍ଣ୍ଣନା କରିଥିଲା ଝିଅଟି । ତେବେ ଝିଅର ସମସ୍ତ କଥା ଶୁଣିବା ପରେ ତା’ର ମାଆ ସୋମବାର ଦିନ ଥାନାରେ ଅଭିଯୋଗ କରିଛି ।

ସେହିପରି ଅନ୍ୟ ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳର କବାଟଘାଟୀ ଗାଁ’ରେ ।

ସୋମବାର ଦିନ ରାଇବଣିଆ ଥାନାରେ ପରିବାର ଲୋକଙ୍କ ଲିଖିତ ଏତଲା ଅନୁଯାୟୀ, ପୋଲିସ ମିଥୁନ ହାଁସଦା, ପାରନ ସୋରେନ ଓ କାଡୁ ମୁର୍ମୁ ଏହି ତିନିଜଣ ବ୍ୟକ୍ତିଙ୍କୁ ଏହି ଅଭିଯୋଗରେ ଗିରଫ କରିଛି । ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଦୁଇଜଣ ଅଭିଯୁକ୍ତ ଗଣେଶ ବିନ୍ଧାଣୀ ଓ ଅଜୟ ହାଁସଦା ଫେରାର ରହିଛନ୍ତି ।

ସୋମବାର ଦିନ ଅନ୍ୟ ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଗଁଦିଆ ଅଞ୍ଚଳରେ । ଜଣେ ଅଙ୍ଗନୱାଡ଼ି କର୍ମୀ ତିନିଜଣ ଦୁର୍ବୃତ୍ତଙ୍କ ଦ୍ୱାରା ଗଣଦୁଷ୍କର୍ମର ଶୀକାର ହୋଇଛନ୍ତି ।

ମହିଳା ଜଣକ ରାତିରେ ତାଙ୍କ ଭାଇଙ୍କ ସହିତ ମିଟିଂ ସାରି ଘରକୁ ଫେରୁଥିବା ବେଳେ ତିନିଜଣ ଦୁର୍ବୃତ୍ତ ଏକ କାରରେ ଆସି ମହିଳାଙ୍କ ଭାଇକୁ ମାଡ଼ମାରି ଲହୁଲୁହାଣ କରିଦେଇଥିଲେ । ରାସ୍ତା କଡ଼ରେ ଥିବା ଏକ ଫାର୍ମହାଉସକୁ ଟେକିନେଇ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ ଏହି ତିନିଜଣ ବ୍ୟକ୍ତି ।

ଘଟଣା ସମ୍ପର୍କରେ ପୋଲିସ ଜାଣିବା ପରେ ଫାର୍ମହାଉସ ସମେତ ବିଭିନ୍ନ ସ୍ଥାନ ଛାନଭିନ କରିଥିଲେ ।

ତେବେ ତିନିଜଣ ଅଭିଯୁକ୍ତ ଲକ୍ଷ୍ମୀଧର ବିଶ୍ୱାଳ, ଅନ୍ତର୍ଯ୍ୟାମୀ ଦାସ ଓ ଗୋବିନ୍ଦ ପ୍ରଧାନଙ୍କୁ ପୋଲିସ ଗିରଫ କରିବା ସହିତ ସେମାନଙ୍କ ବ୍ୟବହୃତ କାରକୁ ପୋଲିସ ଜବତ କରିଛି ।

Leave A Reply

Your email address will not be published.