ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ କଟକ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । କଟକରୁ ଗିରିବାଳା ବେହେରାଙ୍କୁ କଂଗ୍ରେସ ମେୟର ପାର୍ଥୀ ଭାବେ ଘୋଷଣା କରାଯାଇଛି । ପୌର ନିର୍ବାଚନ ପାଇଁ ବସିଥିବା ପ୍ରାର୍ଥୀ ଚୟନ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କଂଗ୍ରେସ କାର୍ଯ୍ୟକାରୀ ସଭାପତି ଏହି ନିଷ୍ପତ୍ତି ନେଇଛନ୍ତି ।
କଟକରେ ମଧ୍ୟ କର୍ପୋରେଟର ପ୍ରାର୍ଥୀଙ୍କ ନା କଂଗ୍ରେସ ଚୁଡାନ୍ତ କରିସାରିଛି । ୨ ଦିନ ଭିତରେ ସବୁ ଘୋଷଣା କରାଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ୨୦ ଜଣ ମେମ୍ବର ଏକ ବୈଠକ କରି କଟକରୁ ଗିରିବାଳା ବେହେରାଙ୍କୁ ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି ।
ଆସନ୍ତା ୨୪ରେ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ୨୬ ତାରିଖରେ ଗଣତି ହେବ । ଆଜିଠାରୁ ୭ ତାରିଖ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ ସମୟ ସୀମା ରହିଛି ।ହେଲେ ଚଳିତ ଥର ମେୟର ନିର୍ବାଚନ ସିଧାସଳଖ ହେବ ।
Comments are closed.