Latest Odisha News

BREAKING NEWS

ଧାମନଗରରେ କଂଗ୍ରେସର ଶକ୍ତି ପ୍ରଦର୍ଶନ, ନାମାଙ୍କନ ଭରିଲେ ବାବା ହରେକୃଷ୍ଣ ସେଠୀ

ଭଦ୍ରକ: ଏକଜୁଟ୍ ନେତା, କଂଗ୍ରେସ ଦେବ ନୂଆ ବାର୍ତ୍ତା । ଧାମନଗର ଉପନିର୍ବାଚନ ପାଇଁ ଗୁରୁବାର କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ନାମାଙ୍କନ କରିଛନ୍ତି । ଆଉ ଏହି ଅବସରରେ କଂଗ୍ରେସର ବରିଷ୍ଠ ନେତାଙ୍କୁ ଏକାଠି ଦେଖିବାକୁ ମିଳିଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନାଙ୍କ ଉପସ୍ଥିତି ଜିଲ୍ଲା କଂଗ୍ରେସ ନେତୃତ୍ୱଙ୍କ ମନୋବଳ ବଢ଼ାଇଛି ।

ନାମାଙ୍କନ ଦାଖଲ ଅବସରରେ ଧାମନଗରରେ ଶକ୍ତି ପ୍ରଦର୍ଶନ କରିଛି କଂଗ୍ରେସ । ବାବା ହରେକୃଷ୍ଣଙ୍କ ବିଜୟ ନେଇ ବି ସମସ୍ତେ ଆଶାବାଦୀ । କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ଅବସରରେ ଦଳ ଶକ୍ତି ପ୍ରଦର୍ଶନ କରି ଦଳରେ ନେତୃତ୍ୱ ଏକାଠି ଥିବା ବାର୍ତ୍ତା ଦେଇଛି । ବିଜେଡି ମହିଳା କାର୍ଡ ଖେଳିଥିଲେ ବି କିଛି ଫାଇଦା ମିଳିବ ନାହିଁ, କଂଗ୍ରେସ ଜିତିବ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି ନେତା ।

୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ୭ ହଜାର ୨୭୪ ଭୋଟ୍ ପାଇ ତୃତୀୟ ସ୍ଥାନରେ ଥିଲେ । ଏବେ ଉପନିର୍ବାଚନରେ ଦଳ ସେହି ୭ ହଜାର ଭୋଟକୁ ୭୦ ହଜାରରେ ପରିଣତ କରିବାକୁ ଅଣ୍ଟା ଭିଡ଼ିଛି । ତେବେ ଦେଖିବାର କଥା ବିଜେଡି, ବିଜେପି ପ୍ରାର୍ଥୀଙ୍କୁ କଂଗ୍ରେସ ଟକ୍କର ଦେଉଛ ନା ପୁଣି ହରାଉଛି ଅମାନତ ।

Leave A Reply

Your email address will not be published.