Latest Odisha News

BREAKING NEWS

ମହିଳା ଏସିଆ କପ: ପାକିସ୍ତାନ ଆଉଟ, ଭାରତ-ଶ୍ରୀଲଙ୍କା ଫାଇନାଲ

ସିଲହଟ: ମହିଳା ଏସିଆ କପ କ୍ରିକେଟ ଫାଇନାଲ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ । ଗୁରୁବାର ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲରେ ପାକିସ୍ତାନକୁ ୧ ରନରେ ହରାଇ ଶ୍ରୀଲଙ୍କା ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦ ଓଭରରେ ୬ ୱିକେଟ ହରାଇ ୧୨୨ ରନ କରିଥିଲା । ହସିଥା ସମରବିକ୍ରମ ସର୍ବାଧିକ ୩୫ ରନ କରିଥିଲେ । ଜବାବରେ ପାକିସ୍ତାନ ୨୦ ଓଭରରେ ୬ ୱିକେଟ ହରାଇ ୧୨୧ ରନ କରିବାକୁ ସକ୍ଷମ ହୋଇଥିଲା । ଅଧିନାୟିକା ବିସମା ମାରୁଫ ୪୨ ରନର ଇନିଂସ ଖେଳି ମ୍ୟାଚକୁ ଶେଷ ବଲ ପର୍ଯ୍ୟନ୍ତ ଭିଡି ନେଇଥିଲେ ।

ଶେଷ ଓଭରରେ ପାକିସ୍ତାନ ୯ ରନ ଏବଂ ଶେଷ ବଲରେ ୩ରନ ଆବଶ୍ୟକ ହେଉଥିଲା । ନିଦା ଡାର ଦ୍ୱିତୀୟ ରନ ନେବା ବେଳେ ରନଆଉଟ ହୋଇ ଯାଇଥିଲେ । ପ୍ଲେୟାର ଅଫ ଦି ମ୍ୟାଚ ଇନୋକା ରନବୀରା ଦଳ ପକ୍ଷରୁ ସର୍ବାଧିକ ୨ଟି ୱିକେଟ ନେଇଥିଲେ । ପ୍ରଥମ ସେମିଫାଇନାଲରେ ଥାଇଲାଣ୍ଡ ବିପକ୍ଷରେ ଭାରତ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଥିଲା । ଅକ୍ଟୋବର ୧୫ରେ ଫାଇନାଲ ମ୍ୟାଚ ଖେଳାଯିବ ।

Leave A Reply

Your email address will not be published.