କରହାଲ: ୟୁପି ବିଧାନସଭା ନିର୍ବାଚନର ହଟ ସିଟ ବିବେଚନା କରାଯାଉଥିବା କରହଲ ସିଟରୁ କଂଗ୍ରେସ ତାର ପ୍ରାର୍ଥୀ ପ୍ରତ୍ୟାହାର କରିନେଇଛି । କରହାଲରୁ ଜ୍ଞାନବତୀ ଯାଦବ ଏବଂ ମୈନପୁରୀରୁ ବୀନିତା ସାକ୍ୟଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିଲା । କରହାଲରୁ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଏବଂ ବିଜେପିର କେନ୍ଦ୍ରୀୟ ରାଜ୍ୟମନ୍ତ୍ରୀ ଏସପି ସିଂ ବଘେଲା ନିର୍ବାଚନ ଲଢ଼ୁଛନ୍ତି । ଏସପିକୁ ସହଯୋଗ କରିବା ପାଇଁ କଂଗ୍ରେସ ଏହି ପଦକ୍ଷେପ ଗ୍ରହଣ କରିଥିବା ଅନୁମାନ କରାଯାଉଛି ।
ସମାଜବାଦୀ ପାର୍ଟି ଅମେଠି ଓ ରାୟବରେଲିରୁ ପ୍ରାର୍ଥୀ ଛିଡା କରାଇନି । ଜ୍ଞାନବତୀଙ୍କ ମତରେ ହଠାତ କଂଗ୍ରେସ ପ୍ରଦେଶ କାର୍ଯ୍ୟାଳୟରୁ ପ୍ରାର୍ଥୀପତ୍ର ଦାଖଲ ନ କରିବା ପାଇ, ନିର୍ଦ୍ଦେଶ ଆସିଥିଲା, ଯାହାକୁ ସେ ମାନିବାକୁ ବାଧ୍ୟ ହୋଇଥିଲେ ।
Comments are closed.