Latest Odisha News

ଭାରତ ଯୋଡ଼ ଯାତ୍ରାର ଶେଷ ଦିନରେ ଯୋଗ ଦେବାକୁ ୨୧ ବିରୋଧୀ ଦଳଙ୍କୁ ନିମନ୍ତ୍ରଣ କଲା କଂଗ୍ରେସ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ଶେଷ ହେବାକୁ ଯାଉଛି କଂଗ୍ରେସର ଭାରତ ଯୋଡ଼ ଯାତ୍ରା। ଏହି ଉଦ୍‌ଯାପନୀ ଉତ୍ସବରେ ଯୋଗ ଦେବାକୁ ୨୧ ବିରୋଦୀ ଦଳଙ୍କୁ ଚିଠି ନିମନ୍ତ୍ରଣ କଲା କଂଗ୍ରେସ। ଗତବର୍ଷ ସେପ୍ଟେମ୍ବର କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ ଯାତ୍ରା ଜାନୁଆରୀ ୩୦ ତାରିଖରେ ଶ୍ରୀନଗରରେ ଶେଷ ହେବ। ଏହି ଉଦ୍ଯାପନୀ ଉତ୍ସବରେ ଯୋଗ ଦେବାକୁ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ୨୧ ବିରୋଧୀ ଦଳର ନେତାମାନଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଖଡ଼ଗେ ଲେଖିଛନ୍ତିଯାତ୍ରା ଆରମ୍ଭ ହେବା ଦିନ ଠାରୁ ଆମେ ଭାରତକୁ ଭଲପାଉଥିବା ଲୋକଙ୍କୁ ଏଥିରେ ଯୋଗ ଦେବାକୁ ନିମନ୍ତ୍ରଣ କରିଆସୁଛୁ। ମୁଁ ଜାଣିଛି ଯେ ରାହୁଲ ଗାନ୍ଧୀଙ୍କର ନିମନ୍ତ୍ରଣ କ୍ରମେ ବିଭିନ୍ନ ସ୍ଥିତିରେ ବିଭିନ୍ନ ଦଳର ସାଂସଦମାନେ ଏହି ଯାତ୍ରାରେ ଚାଲିସାରିଛନ୍ତି। ଜାନୁଆରୀ ୩୦ ମଧ୍ୟାହ୍ନରେ ଶ୍ରୀନଗରେ ଭାରତ ଯୋଡ଼ ଯାତ୍ରାରର ଶେଷ ଦିନରେ ଯୋଗ ଦେବାକୁ ମୁଁ ବ୍ୟକ୍ତିଗତ ଭାବେ ଆପଣମାନଙ୍କୁ ନମନ୍ତ୍ରଣ କରୁଛି।

ତେବେ କଂଗ୍ରେସର ଭାରତ ଯୋଡ଼ ଯାତ୍ରାକୁ ସେ ମହାତ୍ମା ଗାନ୍ଧୀଙ୍କ ପାଇଁ ଉତ୍ସର୍ଗୀକୃତ କରିଛନ୍ତି। ଯିଏକି ଘୃଣା ହିଂସା ବିରୋଧରେ ଜୀବନସାରା ଅବିରତ ଲଢେଇ କରି ସେବି ଦିନ(ଜାନୁଆରୀ ୩୦)ରେ ପ୍ରାଣ ହରାଇଥିଲେ। ତା ସହିତ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ସିଧା ସଳଖ ବିରୋଧୀଙ୍କ ସ୍ୱର ପହଞ୍ଚାଇବାକୁ ଏହି ଯାତ୍ରା ସହଯୋଗ କରିବ। କାରଣ ସଂସଦରେ ଗଣମାଧ୍ୟମରେ ବିରୋଧୀଙ୍କ ସ୍ୱର ଦବାଇ ଦିଆଯାଉଛି। ଆଉ ଏହି ଯାତ୍ରା ସିଧା ନେତାଙ୍କୁ ଲକ୍ଷ ଲୋକଙ୍କ ସହ ଯୋଡ଼ୁବ ବୋଲି ଖଡ଼ଗେ ଚିଠିରେ ଉଲ୍ଲେଖ କରିଛନ୍ତି

Comments are closed.