Latest Odisha News

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହେବାପାଇଁ ଖଡଗେ ଏବଂ ସୋନିଆଙ୍କୁ ନିମନ୍ତ୍ରଣ

ନୂଆଦିଲ୍ଲୀ:କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ସୋନିଆ ଗାନ୍ଧୀଙ୍କ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରା ଯାଇଛି । ଅଯୋଧ୍ୟାରେ ଏହି କାର୍ଯ୍ୟକ୍ରମ୨୦୨୪  ଜାନୁଆରୀ ୨୨ ତାରିଖରେ ଅନୁଷ୍ଠିତ ହେବ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଜଜମାନ ହେବେ । ପ୍ରାଣ ପ୍ରତିଷ୍ଠା ପୂଜା ପ୍ରଧାନମନ୍ତ୍ରୀ କରିବେ 

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପକ୍ଷରୁ ଖଡଗେ, ସୋନିଆ ଗାନ୍ଧୀଙ୍କ ବ୍ୟତୀତ ଲୋକସଭାର କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ତେବେ କଂଗ୍ରେସ ନେତା ଏହି କାର୍ଯ୍ୟକ୍ରମରେ ସାମିଲ ହେବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ତେବେ ବରିଷ୍ଠ କଂଗ୍ରେସ ନେତାମାନେ ସମାରୋହରେ ସାମିଲ ହେବାର ସମ୍ଭାବନା ନାହିଁ ବୋଲି ବିଶେଷ ସୂତ୍ରରୁ ଜଣାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଖଡଗେ ଏବଂ ସୋନିଆ ଗାନ୍ଧୀଙ୍କୁ ବ୍ୟକ୍ତିଗତ ଭାବେ ନିମନ୍ତ୍ରଣ ଦିଆ ଯାଇଛି । ଏହାବ୍ୟତୀତ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ. ଏଚଡି ଦେବଗୌଡାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଅନ୍ୟ ବିରୋଧୀ ନେତାଙ୍କୁ ମଧ୍ୟ ପର୍ଯ୍ୟାୟ କ୍ରମେ ନିମନ୍ତ୍ରଣ ପତ୍ର ଦିଆଯିବ ବୋଲି ଜଣାଯାଇଛି ।

Comments are closed.