Latest Odisha News

BREAKING NEWS

ଡିସେମ୍ବର ୮ରେ କୃଷକଙ୍କ ‘ଭାରତ ବନ୍ଦ’ ଡାକରାକୁ କଂଗ୍ରେସର ଦୃଢ ସମର୍ଥନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୁଦ୍ଧରେ କୃଷକଙ୍କ ପ୍ରଦର୍ଶନ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଶନିବାର ଦିନ କେନ୍ଦ୍ର ସରକାର ଏବଂ କୃଷକଙ୍କ ମଧ୍ୟରେ ପଞ୍ଚମ ପର୍ଯ୍ୟାୟ ଆଲୋଚନା ହୋଇଥିଲା। ତେବେ ଆଲୋଚନା ପୂର୍ବରୁ ଡିସେମ୍ବର ୮ ରେ କୃଷକମାନେ ଭାରତ ବନ୍ଦ ଡାକରା ଘୋଷଣା କରିଥିଲେ। ବର୍ତ୍ତମାନ କଂଗ୍ରେସ ଏବଂ ଅନ୍ୟାନ୍ୟ ଦଳ ମଧ୍ୟ କୃଷକଙ୍କ ଭରତ ବନ୍ଦକୁ ସମର୍ଥନ କରିଛନ୍ତି। କଂଗ୍ରେସ ମୁଖପାତ୍ର ପୱନ ଖେଡା କହିଛନ୍ତି ଯେ ୮ ଡିସେମ୍ବରରେ ଭାରତ ବନ୍ଦକୁ ସମର୍ଥନ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି।

ସେ କହିଛନ୍ତି ଯେ ଆମେ ଆମର ପାର୍ଟି ଅଫିସରେ ମଧ୍ୟ ପ୍ରଦର୍ଶନ କରିବୁ। ରାହୁଲ ଗାନ୍ଧୀଙ୍କ ଏହି ପଦକ୍ଷେପ କୃଷକଙ୍କ ଆନ୍ଦୋଳନକୁ ଆହୁରି ମଜବୁତ କରିବ। ପ୍ରଦର୍ଶନ ସଫଳ କରିବାକୁ ପ୍ରୟାସ କରିବୁ। ବିଭିନ୍ନ ରାଜ୍ୟର କୃଷକମାନେ ମଧ୍ୟ ଭରତ ବନ୍ଦକୁ ସମର୍ଥନ କରିଛନ୍ତି। କର୍ଣ୍ଣାଟକର କୃଷକମାନେ ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି।

Leave A Reply

Your email address will not be published.