Latest Odisha News

BREAKING NEWS

ବିଶ୍ୱର ଏକମାତ୍ର ମନ୍ଦିର, ଯେଉଁଠି ଭକ୍ତଙ୍କୁ ପ୍ରବେଶ ମନା

ଭୁବନେଶ୍ୱର: ଆମ ମଧ୍ୟରୁ ଅଧିକାଂଶ ଲୋକେ ବିଶ୍ୱାସ ଓ ସମସ୍ୟାର ସମାଧାନ ଲାଗି ମନ୍ଦିର ଯାଇଥାନ୍ତି । ହେଲେ କେବେ ମନ୍ଦିରକୁ ଯାଇ ଭକ୍ତ କିମ୍ବା ଶ୍ରଦ୍ଧାଳୁ ଭୟଭୀତ ହେବା କଥା ଶୁଣିଛନ୍ତି କି ? ଆଜି ଆମେ ଏମିତି ଏକ ମନ୍ଦିର ବିଷୟରେ ଜାଣିବା, ଯେଉଁଠି ଲୋକେ ପ୍ରବେଶ କରିବା ତ ଦୂରର କଥା ପାଖଦେଇ ଯିବାକୁ ବି ସାହାସ କରିନଥାନ୍ତି ।

ହିମାଚଳ ପ୍ରଦେଶର ଏକ ଛୋଟ ସହର ଭାରମର୍ । ଏଠି ଏମିତି ଏକ ମନ୍ଦିର ରହିଛି ଯାହା ଯମରାଜାଙ୍କୁ ଉତ୍ସର୍ଗିକୃତ କରାଯାଇଛି । ଶୁଣାଯାଏ ଏହି ମନ୍ଦିରକୁ କୁଆଡେ ଭୂତପ୍ରେତ ଓ ଅଶରୀରଙ୍କ ଅବାଧ ପ୍ରବେଶ ରହିଛି । ଏହି କାରଣରୁ ଲୋକେ ମନ୍ଦିର ଭିତରେ ନୁହେଁ ବରଂ ବାହାରେ ହିଁ ପୂଜାର୍ଚ୍ଚନା କରିଥାନ୍ତି ।

ହିମାଚଳ ପ୍ରଦେଶକୁ ଦେବ ଭୂମି ମଧ୍ୟ କୁହାଯାଇଥାଏ । ଏଠି ଅନେକ ମନ୍ଦିର ଥିବାରୁ ବହୁସଂଖ୍ୟାର ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି । ହେଲେ ଖାସ୍ କରି ଯମରାଜାଙ୍କ ମନ୍ଦିରକୁ କେହି ପ୍ରବେଶ କରିବାକୁ ସାହାସ କରିନଥାନ୍ତି । ଆକାରରେ ମନ୍ଦିରଟି ବେଶ ଛୋଟ ଥିଲେ ବି ସାରା ଦୁନିଆରେ ଏହି ମନ୍ଦିରକୁ ନେଇ ଖୁବ ଚର୍ଚ୍ଚା ।

ଯମରାଜାଙ୍କୁ ମୃତ୍ୟୁର ଦେବତା ଭାବେ ବିବେଚନା କରାଯାଇଥାଏ । ଏହି କାରଣରୁ ଲୋକେ ମନ୍ଦିରକୁ ପ୍ରବେଶ କରିବାକୁ ଭୟ କରିଥାନ୍ତି । ବିଶ୍ୱରେ ଏକମାତ୍ର ମନ୍ଦିର ଭାବେ ଏହା ଯମରାଜାଙ୍କ ପାଇଁ ନିର୍ମାଣ କରାଯାଇଥିଲା । ଏଠି ଖୋଦ ଯମରାଜାଙ୍କୁ ବାଦ୍ ଦେଲେ ଅନ୍ୟ କାହାରିକୁ ପ୍ରବେଶ କରିବାକୁ ବାରଣ ହୋଇଛି ।

ସ୍ଥାନୀୟ ଲୋକଙ୍କ ଅନୁଯାୟୀ ଏହି ମନ୍ଦିରେ ୪ଟି ଗୁପ୍ତ ଦ୍ୱାର ରହିଛି । ଯାହା ତାମ୍ର, ଲୌହ, ରୌପ୍ୟ ଓ ସ୍ୱର୍ନରେ ନିର୍ମିତ । ଲୋକକଥା ଅନୁସାରେ ଅଧିକ ପାପ କରିଥିବା ବ୍ୟକ୍ତିଙ୍କ ଆତ୍ମା ଲୌହଦ୍ୱାର ଦେଇ ପ୍ରବେଶ କରିଥାଏ । ସେହିଭଳି ପୁଣ୍ୟାତ୍ମାଗୁଡିକ ସ୍ୱର୍ନ ଦ୍ୱାର ଦେଇ ପ୍ରବେଶ କରିଥାନ୍ତି । ଏପରିକି ଚିତ୍ରଗୁପ୍ତ ମହାରାଜଙ୍କ ପାଇଁ ମଧ୍ୟ ଏହି ମନ୍ଦିରରେ ଏକ କୋଠରୀ ରହିଛି । ଯେଉଁଠି ଲୋକଙ୍କର ପାପ ଓ ପୂଣ୍ୟର ହିସାବ ରହିଛି ।

Leave A Reply

Your email address will not be published.