Latest Odisha News

ଆଜି ରାହୁଲଙ୍କ ନେତୃତ୍ୱରେ ରାଷ୍ଟ୍ରପତିଙ୍କୁ ଭେଟିବ କଂଗ୍ରେସ ଟିମ୍

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଲଖିମପୁର ଖେଲି ହିଂସାକାଣ୍ଡକୁ ନେଇ ରାଜନୀତି ଥମୁନି । ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବ କଂଗ୍ରେସ ଟିମ୍ । ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ଟିମ୍ ଆଜି ସାଢେ଼ ୧୧ଟାରେ ରାଷ୍ଟ୍ରପତିଙ୍କୁ ଭେଟିବେ । ଲଖିମପୁର ଖେରି ହିଂସାକାଣ୍ଡ ମାମଲାରେ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବ କଂଗ୍ରେସ ଟିମ୍ ।

ଲଖିମପୁର ଖେରି ହିଂସାକାଣ୍ଡରେ ୪ ଜଣ କୃଷକଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ କେନ୍ଦ୍ର ଗୃହ ରାଷ୍ଚ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ସଂପୃକ୍ତି ଅଭିଯୋଗ ହୋଇଥିଲା । ଅଭିଯୋଗ ହୋଇଥିଲା, କୃଷକଙ୍କ ଆନ୍ଦୋଳନ ବେଳେ ଆଶିଷ ମିଶ୍ରାଙ୍କ ପୁଅ ଗାଡ଼ି ଚଢ଼ାଇ ଦେଇଥିଲେ ।

ହିଂସାକାଣ୍ଡ ମାମଲାରେ ପୋଲିସ ଆଶିଷ ମିଶ୍ରାଙ୍କୁ ଗିରଫ କରିଛି । ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଗତକାଲି ମୃତ କୃଷକଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା । ଏଥିରେ ଯୋଗ ଦେଇଥିଲେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ।

Leave A Reply

Your email address will not be published.