Latest Odisha News

BREAKING NEWS

ଫାଇଭ ଟି ସଚିବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି, କେନ୍ଦ୍ରକୁ ଚିଠି ଲେଖିଲେ କଂଗ୍ରେସ ନେତା

ଭୁବନେଶ୍ୱର: ତେଜୁଛି ସଚିବଙ୍କୁ ନେଇ ବିବାଦ। ଆଇଏଏସ ଅଧିକାରୀ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ ଆଣିଲା କଂଗ୍ରେସ। ଗଜପତି ଜିଲ୍ଲା ଗସ୍ତ ବେଳେ ମୁଖ୍ୟମନ୍ତ୍ରୀଙ୍କ 5ଟି ସଚିବ ଭିକେ ପାଣ୍ଡିଆନ୍ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିରୋଧୀ କଂଗ୍ରେସ। ଏଥିପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଫେରାଦ ହୋଇଛି।

କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଏକ ଚିଠି ଲେଖି ଅଭିଯୋଗ କରିଛନ୍ତି ଯେ, ଗଜପତି ଜିଲ୍ଲାରେ ଶାସକ ବିଜୁ ଜନତା ଦଳର ଚିହ୍ନ ଥିବା ହୋର୍ଡିଂରେ ପାଣ୍ଡିଆନଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା ଜୋର ଧରିଛି। ପାଣ୍ଡିଆନଙ୍କ ଗସ୍ତ ସମୟରେ ଏକ ଚର୍ଚ୍ଚ ପାଇଁ 20 ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ହୋର୍ଡିଂରେ ଘୋଷଣା କରାଯାଇଛି।

ବିଜୟ ପଟ୍ଟନାୟକ କହିଛନ୍ତି ଯେ ଏହା ଆଇଏଏସ୍ ଆଚରଣ ବିଧିର ନିୟମ 5ର ଖୋଲା ଉଲଙ୍ଘନ, ଯେଉଁଥିରେ ଆଇଏଏସ ଅଧିକାରୀଙ୍କୁ ରାଜନୈତିକ କାର୍ଯ୍ୟକଳାପରେ ଭାଗ ନେବାକୁ ବାରଣ କରାଯାଇଛି। ସେହିପରି ପାଣ୍ଡିଆନ ଖର୍ଚ୍ଚ ମଞ୍ଜୁରୀ ନିୟମକୁ ନ ମାନି ବିଭିନ୍ନ ଅନୁଷ୍ଠାନକୁ ଅନୁଦାନ ଘୋଷଣା କରି ସର୍ବସାଧାରଣରେ ପ୍ରଚାର କରୁଥିବା ସେ ଅଭିଯୋଗ କରିଛନ୍ତି।

ବିଜୟ ପଟ୍ଟନାୟକ କହିଛନ୍ତି ଯେ ପାଣ୍ଡିଆନ ସାଧାରଣ ସଭାରେ ମଧ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧିତ୍ବ କରି ଆସୁଥିଲେ, ଯାହାକି ଆଇଏଏସ୍ ଆଚରଣ ନିୟମର ଆଉ ଏକ ଉଲ୍ଲଙ୍ଘନ। ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମ୍ଭାବନା କମ୍ ବୋଲି ସେ କହିଛନ୍ତି।

ଏହା ପୂର୍ବରୁ ମଧ୍ୟ ପାଣ୍ଡିଆନଙ୍କ ବିରୋଧରେ ଆଇଏଏସ୍ କଣ୍ଡକ୍ଟ ରୁଲ ଉଲ୍ଲଙ୍ଘନ ଅଭିଯୋଗ ଆସିଥିଲା। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ତାଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଥିଲେ। ମୁଖ୍ୟମନ୍ତ୍ରୀ କେଉଁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ବିରୋଧୀ ଜବାବ ମାଗିଥିଲେ।

ଏହାପରେ ଗତକାଲି ଫାଇଭ ଟି ସଚିବ ବରଗଡ ଗସ୍ତ ବେଳେ ଭି.କେ ପାଣ୍ଡିଆନ ସଭାରେ ଏକ ମୋବାଇଲ ରେକର୍ଡିଂ ଶୁଣାଇଥିଲେ ଉପସ୍ଥିତ ଲୋକଙ୍କୁ। ଯେଉଁଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ମୁଁ ମୋର ସଚିବ ଭିକେ ପାଣ୍ଡିଆନ ବାବୁଙ୍କୁ ପଠାଇଛ ଆପଣଙ୍କ ସୁଖ ଦୁଃଖ ବୁଝିବାକୁ।

Comments are closed.