ଛତିଶଗଡ଼ : ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ମାଓବାଦୀଙ୍କ ବର୍ବରକାଣ୍ଡ । ଜଣେ କଂଗ୍ରେସ ନେତାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ମାଓବାଦୀ । ଦନ୍ତେୱାଡା ଜିଲ୍ଲାର କିରଣ୍ଡୁଲ ଥାନା ଠାରୁ ମାତ୍ର ୬ କିଲୋମିଟର ଦୂରରେ କଂଗ୍ରେସ ନେତା କୟୁମ ଋଦ୍ଧିକଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଛନ୍ତି ମାଓବାଦୀ ।
ଚଲନାର ଗାଁରେ ମିତ୍ତଲ କମ୍ପାନୀ ଦ୍ବାରା ଦିଆଯାଇଥିବା କମ୍ୟୁନିଟି ହଲ ନିର୍ମାଣ କାମ ସାରି ଘରକୁ ଫେରିବା ସମୟରେ ମାଓବାଦୀମାନେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ବିକାଶ କାର୍ଯ୍ୟକୁ ବିରୋଧ କରି ମାଓବାଦୀମାନେ ଏଭଳି ହିଂସାକାଣ୍ଡ ଘଟାଇଥିବା ଦେଖିବାକୁ ମିଳିଛି । ମାଓବାଦୀଙ୍କ ଆକ୍ରମଣରେ ଗୁରୁତର ହୋଇଥିବା କୟମ ଋଦ୍ଦିକଙ୍କୁ ହେଲିକପ୍ଟର ଯୋଗେ ରାୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ପରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିବା ସୂଚନା ଦେଇଛନ୍ତି ଦାନ୍ତେୱାଡା ଏସପି ଅଭିଷେକ ପଲ୍ଲବ ।
Comments are closed.