Latest Odisha News

BREAKING NEWS

ସଡ଼କ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ

କେନ୍ଦୁଝର : କେନ୍ଦୁଝର ଝୁମ୍ପୁରାରେ ମର୍ମନ୍ତୁଦ ଦୁର୍ଘଟଣା । ୨୦ ନମ୍ବର ଜାତୀୟ ରାଜପଥ ଅର୍ସଳା ନିକଟରେ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଛି ଟ୍ରକ । ଦୁର୍ଘଟଣାରେ ବାଇକରେ ଯାଉଥିବା ଦମ୍ପତିଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ତାପସ ଗିରି ଓ ତାଙ୍କ ପତ୍ନୀ କୁମୁଦିନୀ ଗିରି । ସେମାନଙ୍କ ଘର ଘଟଗାଁ ଥାନା କେତାଙ୍ଗ ଗ୍ରାମରେ ବୋଲି ଜଣାପଡିଛି । ପୋଲିସ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ବାଲିବନ୍ଧ ନିକଟରୁ ଜବତ କରିଛି । ମଦ୍ୟପାନ କରି ଟ୍ରକ୍ ଚାଳକ ଦ୍ରୁତ ଗତିରେ ଗାଡି ଚଳାଉ ଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ ।

BjdElectrycity
Leave A Reply

Your email address will not be published.