Latest Odisha News

BREAKING NEWS

ଦିଗବିଜୟ ସିଂହଙ୍କୁ କରୋନା

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ଶୁକ୍ରବାର ଦିନ କରୋନା ପଜିଟିଭ୍ ହୋଇଛନ୍ତି। ଏବେ ସେ ତାଙ୍କ ବାସଭବନରେ କ୍ବାରେଣ୍ଟାଇନରେ ଥିବା ଜଣାପଡିଛି।

 

ଏନେଇ ସେ ଟ୍ବିଟ କରି ସୂଚନା ଦେଇଛନ୍ତି। “ମୋର କୋଭିଡ୍-୧୯ ରିପୋର୍ଟ ପଜିଟିଭ ବାହାରିଛି। ବର୍ତ୍ତମାନ ମୁଁ ଦିଲ୍ଲୀ ବାସଭବନରେ କ୍ବାରେଣ୍ଟାଇନରେ ଅଛି। ଏହି ସମୟ ମଧ୍ୟରେ ଯେଉଁମାନେ ମୋ ସମ୍ପର୍କରେ ଆସିଥିଲେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ସତର୍କତା ଅବଲମ୍ବନ କରନ୍ତୁ” ବୋଲି ସେ ଟ୍ବିଟ୍ କରିଛନ୍ତି।

 

Leave A Reply

Your email address will not be published.