Latest Odisha News

BREAKING NEWS

ଟିକା ଅଭାବରୁ ୮୦୦ଟି କେନ୍ଦ୍ରରେ ଟିକାକରଣ ବନ୍ଦ, ଆଜି ପହଞ୍ଚିବ ଆଉ ୩ ଲକ୍ଷ କୋଭିସିଲ୍ଡ

ଭୁବନେଶ୍ୱର: ରାଜ୍ୟରେ ଏବେବି ଟିକା ଅଭାବ ଲାଗି ରହିଛି । ଫଳରେ ଗତକାଲି ୧୦୫୦ ଟିକାକରଣ କେନ୍ଦ୍ରରେ ଟିକା ଦିଆଯାଇଥିବା ବେଳେ ଆଜି ମାତ୍ର ୭୦୦ଟି କେନ୍ଦ୍ରରେ ଟିକାକରଣ କରାଯାଉଛି । ଭ୍ୟାକ୍ସିନ୍ ନିଅଣ୍ଟ କାରଣରୁ ଆଜି ରାଜ୍ୟର ୮୦୦ ଟି କେନ୍ଦ୍ରରେ ଟିକାକରଣ ବନ୍ଦ ରହିଛି । କୋରାପୁଟ ଜିଲ୍ଲାରେ ଟିକାକରଣ ସମ୍ପୂର୍ଣ ବନ୍ଦ ଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଭ୍ୟାକ୍ସିନ୍ ଯୋଗାଇ ଦେବା ଲାଗି ଗତକାଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କେନ୍ଦ୍ରକୁ ଚିଠି ଲେଖିଥିଲେ । ଆଜି ୩ ଲକ୍ଷ କୋଭିସିଲ୍ଡ ଟିକା ଆସି ପହଞ୍ଚିବ ବୋଲି ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୮ ଲକ୍ଷ ୧୦ ହଜାର ୭୮୦ ଜଣଙ୍କୁ ଟିକା ଦିଆଯାଇଛି । ଟିକା ପହଞ୍ଚିବା ପରେ ସବୁ ଜିଲ୍ଲାକୁ ପଠାଯିବ । ଚିକାକରଣ ଜାର ରହିବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।

ଛତିଶଗଡ଼ ସୀମାନ୍ତକୁ ଲାଗି ରହିଥିବା ୧୦ ଜିଲ୍ଲାରେ ଶନିବାର ଓ ରବିବାର ସରକାର ସପ୍ତାହନ୍ତ ସଟଡାଉନ୍ ଘୋଷଣା କରିଛନ୍ତି । ତେଣୁ ଉକ୍ତ ୧୦ ଜିଲ୍ଲାରେ ୨ ଦିନ ଶନିବାର ଓ ରବିବାର ଟିକାକରଣ ବନ୍ଦ ରହିବ ।

Leave A Reply

Your email address will not be published.