Latest Odisha News

BREAKING NEWS

କଂଗ୍ରେସ ଛାଡ଼ି ବିଜେପିରେ ମିଶିଲେ ବରୀର ଯୁବନେତା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ବୃଦ୍ଧି ପାଇ ଚାଲିଛି । ଆମେ ସମସ୍ତେ ମିଳିମିଶି ମୋଦିଙ୍କ ହାତମୁଠାକୁ ଟାଣ କରି ଦେଶର ବିକାଶ ପଥକୁ ତ୍ୱରାନ୍ୱିତ କରିବା । ଆଜିର ମିଶ୍ରଣ ପର୍ବ ଦଳର ସଂଗଠନକୁ ଆହୁରି ସୁଦୃଢ କରିବ । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଯାଜପୁର ଜିଲ୍ଲା ପୂର୍ବତନ କଂଗ୍ରେସ ପିସିସି ସମ୍ପାଦକ ଉମେଶ ଜେନା କଂଗ୍ରେସ ଛାଡି ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି ।

ଶ୍ରୀ ଜେନାଙ୍କ ସହ ବରିଷ୍ଠ କଂଗ୍ରେସ ନେତା ବାଦଲ ମହାପାତ୍ର, ପୂର୍ବତନ ସମିତି ସଭ୍ୟ ଇନ୍ଦ୍ରମଣୀ ପରିଡା, ପୂର୍ବତନ ସରପଂଚ ବଳରାମ ବେହେରା, ବରିଷ୍ଠ କଂଗ୍ରେସ ନେତା ନୃସିଂହ ଶ୍ୟାନ୍ତି, ପୂର୍ବତନ ସରପଂଚ ଅଶୋକ ଜେନା, ମାଧବ ମହାନ୍ତି, ପୂର୍ବତନ ସମିତି ସଭ୍ୟ ସରୋଜ କୁମାର ସାମଲ, ବରିଷ୍ଠ କଂଗ୍ରେସ ନେତା ଦେବା ଦାସ, ପୂର୍ବତନ ସମିତି ସଭ୍ୟ ଶୁଭ୍ରାଂଶୁ କୁମାର ସାହୁ, ସୌଭାଗ୍ୟ ରଞ୍ଜନ ଦାସ, ରଶ୍ମିକାନ୍ତ ନାୟକ, ସ୍ନେହଲତା ସାମଲ, ବିନତା ପଣ୍ଡା, ଯୁବ କଂଗ୍ରେସ ଉପସଭାପତି ପ୍ରବୀଣ ଦାସ, ଛାତ୍ର କଂଗ୍ରେସ ସଭାପତି ଶ୍ରବଣ ଦାସ, ଛାତ୍ର କଂଗ୍ରେସ ଜିଲ୍ଲା ଉପସଭାପତି ସୌମ୍ୟରଞ୍ଜନ ବଳ, ଛାତ୍ର କଂଗ୍ରେସ ଜିଲ୍ଲା ସଂପାଦକ ସରୋଜ କୁମାର ଜେନା, ବରୀ ବ୍ଲକ ଛାତ୍ର କଂଗ୍ରେସ ସଂପାଦକ ସମୀର କୁମାର ଦାସ, ବରୀ ବ୍ଲକ ସଂଖ୍ୟାଲଘୁ ସଭାପତି ଖୁର୍ସିଦ ଅକତର, ବରୀ ଓବିସି ସଭାପତି ସମୀର ରାଉତ, ଜୋନ ସଭାପତି ଶ୍ୟାମ ପଣ୍ଡା, ବରୀ ଯୁବ କଂଗ୍ରେସ ସମ୍ପାଦକ ମୁନା ଜେନା, ବରୀ ଛାତ୍ର କଂଗ୍ରେସ କୋଷାଧ୍ୟକ୍ଷ ସୁରଜ ଘଡାଇ, ବରୀ ଯୁବ କଂଗ୍ରେସ ଉପସଭାପତି ଅଭିଜିତ୍ ରାୟ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ନୂତନ ଭାବେ ବିଜେପିରେ ସାମିଲ ହୋଇଥିବା ସମସ୍ତ ନୂତନ ସଦସ୍ୟମାନଙ୍କୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ ଜଣାଇଥିଲେ । ମୋଦି ସରକାରଙ୍କ ଉପରେ ସାଧାରଣ ଜନତାଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି ଏବଂ ଆଗାମୀ ଦିନରେ ଓଡ଼ିଶାରେ ମଧ୍ୟ ଏହା ନିଶ୍ଚିତ ପ୍ରତିଫଳିତ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଏହି ମିଶ୍ରଣ ପର୍ବ ଅବସରରେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ମହିଳା ମୋର୍ଚ୍ଚା ରାଜ୍ୟ ସଭାପତି ସ୍ମୃତି ପଟ୍ଟନାୟକ, ଜିଲ୍ଲା ସଭାପତି ଗୈାତମ ରାୟ, ଜିଲ୍ଲା ପ୍ରଭାରୀ ଶାରଦା ଶତପଥୀ, ରାଜ୍ୟ କାର୍ଯ୍ୟକାରିଣୀ ସଦ୍ୟ ପ୍ରଦୀପ ବଳସାମନ୍ତ, ଆଶୁତୋଷ ପରିଡା, ରବି ନାରାୟଣ ବେହେରା, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ୍‌, ଜିଲ୍ଲା ସଭାପତି ବାବୁ ସିଂ, ଯୁବନେତା ସୁରଜ ସାସମଲ୍ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.