Latest Odisha News

ଇଣ୍ଡିଆ ମେଣ୍ଟର ବୈଠକ ପରେ ମୁହଁ ଖୋଲିଲେ ରାହୁଲ, କହିଲେ ଏପରି କିଛି…

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ବୁଧବାର ଗୋଟେପଟେ ଏନଡିଏର ବୈଠକ ସରିଥିବାବେଳେ ଅନ୍ୟପଟେ ବିରୋଧୀ ଦଳ ଇଣ୍ଡିଆ ମେଣ୍ଟ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ସହଯୋଗୀ ଦଳର ମୁଖ୍ୟ ମାନେ ଯୋଗଦେଇଥିଲେ । ବୈଠକ ଶେଷ ହେବା ପରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ‘ଇଣ୍ଡିଆ’ ମେଣ୍ଟ ହେଉଛି ଦେଶର ସ୍ୱର ଏବଂ ଏହି ସ୍ୱର ଏହାର ନିଷ୍ପତ୍ତି ସ୍ପଷ୍ଟ ଭାବେ ଜଣାଇଦେଇଛି ।

ରାହୁଲ ଆହୁରି କହିଛନ୍ତି ଯେ, ଗଣତନ୍ତ୍ର ଏବଂ ସମ୍ବିଧାନର ସୁରକ୍ଷା ପାଇଁ ଦେଶର ଜନତା ସମସ୍ତ ଉଦ୍ୟମ କରିଛନ୍ତି ଏବଂ ଆମେ ଏହି ସଂକଳ୍ପକୁ ପୂର୍ଣ୍ଣ ଶକ୍ତି ସହିତ ଆଗକୁ ବଢାଇବା ।

ଏଥି ସହିତ ବୈଠକ ଶେଷ ହେବା ପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ ମୁଁ ଆମର ସହଯୋଗୀ ଦଳର ନେତାମାନଙ୍କୁ ସ୍ୱାଗତ କରୁଛି । ଦୁଇ ଘଣ୍ଟାର ବୈଠକରେ ଆଜି ରାଜନୈତିକ ପରିସ୍ଥିତି ସମ୍ପର୍କରେ ଅନେକ ବିଚାର ବିମର୍ଶ ହେଲା । ଅନେକ ପରାମର୍ଶ ମଧ୍ୟ ଗ୍ରହଣ କଲୁ ।

ଏହା ଉପରେ, ଶେଷରେ ଏକ ସିଦ୍ଧାନ୍ତରେ ପହଞ୍ଚିଲୁ ଯେ, ଆମ ଇଣ୍ଡିଆ ମେଣ୍ଟକୁ ଦିଆଯାଇଥିବା ବିପୁଳ ସମର୍ଥନ ପାଇଁ ସମ୍ବିଧାନ ନିର୍ମାତା ଭାରତବାସୀଙ୍କୁ ଆମେ ଧନ୍ୟବାଦ ଦେଉଛୁ ବୋଲି ଖଡଗେ କହିଛନ୍ତି । ଖଡଗେ ଆହୁରି କହିଛନ୍ତି ଯେ, ଜନତାଙ୍କ ଜନାଦେଶ ହେଉଛି ବିଜେପି ଓ ତାର ବିଶ୍ୱାସ, ଦୁର୍ନୀତି ସମ୍ପର୍ଣ୍ଣ ରାଜନୀତିକୁ ଉଚିତ୍ ଜବାବ ଦେବା ।

Comments are closed.