Latest Odisha News

BREAKING NEWS

ରାହୁଲ ଗାନ୍ଧୀ ଜଣେ ସାଧାରଣ ସାଂସଦ ତାଙ୍କୁ ଅଧିକ ଗୁରୁତ୍ବ ଦେବା ଠିକ୍ ନୁହେଁ: କଂଗ୍ରେସ ନେତା

ଭୋପାଳ: କଂଗ୍ରେସର ପୂର୍ବତନ ସାଂସଦ ଲକ୍ଷ୍ମଣ ସିଂହ କହିଛନ୍ତି ଯେ ରାହୁଲ ଗାନ୍ଧୀ ଜଣେ ସାଧାରଣ ଦଳୀୟ କର୍ମୀ ଓ ସାଂସଦ ଏବଂ ତାଙ୍କୁ ଅଧିକ ହାଇଲାଇଟ୍ କରିବା ବା ଗୁରୁତ୍ୱ ଦେବା ଉଚିତ ନୁହେଁ।

କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହଙ୍କ ସାନ ଭାଇ ଲକ୍ଷ୍ମଣ ଶନିବାର ମଧ୍ୟପ୍ରଦେଶର ଗୁନା ସହରରେ କଂଗ୍ରେସ କାର୍ଯ୍ୟାଳୟରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରୁଥିଲେ। ଏହି ସମୟକେ ଯେତେବେଳେ ସାମ୍ବାଦିକମାନେ ଦାବି କରିଥିଲେ ଯେ ରାହୁଲ ଲୋକସଭାରେ ବୟାନ ଦେବା ସମୟରେ ଟିଭିରେ ରାହୁଲଙ୍କ ଚେହେରା କମ୍ ଦେଖାଯାଏ, ଜବାବରେ ଲକ୍ଷ୍ମଣ କହିଥିଲେ, “ରାହୁଲ ଜଣେ ସାଂସଦ, ସେ (ଦଳର) ସଭାପତି ନୁହଁନ୍ତି ଏବଂ ଜଣେ କଂଗ୍ରେସ କର୍ମୀ ଅଟନ୍ତି। ଏହା ବ୍ୟତୀତ ରାହୁଲ କିଛି ନୁହଁନ୍ତି।  ଆପଣମାନେ ରାହୁଲଙ୍କୁ ଏତେ ଗୁରୁତ୍ୱ ଦେବା ଉଚିତ ନୁହେଁ ଏବଂ ଆମେ ମଧ୍ୟ କରିବା ଉଚିତ ନୁହେଁ ବୋଲି ଲକ୍ଷ୍ମଣ କହିଛନ୍ତି।

୫ ଥର ସାଂସଦ ଓ ୩ ଥର ବିଧାୟକ ହୋଇଥିବା ଲକ୍ଷ୍ମଣ ସିଂହ କହିଛନ୍ତି, ରାହୁଲ ଗାନ୍ଧୀ କେବଳ ଜଣେ ସାଂସଦ ଏବଂ ସେ ଦଳର ଅନ୍ୟ ସାଂସଦ ଭଳି ଜଣେ।

Leave A Reply

Your email address will not be published.