Latest Odisha News

BREAKING NEWS

ଜାଣନ୍ତୁ, ଟ୍ୱିଟରରେ କ’ଣ ବଡ଼ ଭୁଲ୍ ଲେଖି କଡ୍ଡା ସମାଲୋଚନାର ଶିକାର ହେଲେ ଶଶୀ ଥରୁର୍…

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର୍ ତାଙ୍କର ଭିନ୍ନ ଅନ୍ଦାଜର ମନ୍ତବ୍ୟ ଏବଂ ରାଜନୈତିକ ଟିପ୍ପଣୀ ଲାଗି ସବୁବେଳେ ବିବାଦୀୟ ହୋଇ ପଡ଼ିଥାଆନ୍ତି । ସେ ସବୁବେଳେ କଂଗ୍ରେସ ଦଳର ନୀତି ଓ ଆଦର୍ଶକୁ ବେଶ୍ ଆକର୍ଷଣୀୟ ଭାବେ ଉପସ୍ଥାପନା କରି ଭାରତୀୟ ରାଜନୀତିରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି । ମାତ୍ର ଅଧିକାଂଶ ସମୟରେ ସେ ବିବାଦୀୟ ମନ୍ତବ୍ୟ ଦେଇ କଟୁ ସମାଲୋଚନାର ଶିକାର ମଧ୍ୟ ହୁଅନ୍ତି । ଟ୍ୱିଟର ପେଜରେ ଶଶୀ ଏକ ଭୂଲ୍ ସୂଚନା ଦେଇ ୟୁଜର୍ସ ମାନଙ୍କଠାରୁ ସେ ଜଣେ ମିଛୁଆ ବୋଲି ସାବ୍ୟସ୍ତ ହୋଇଛନ୍ତି ।

ଏବେ ଆମେରିକା ଗସ୍ତରେ ଅଛନ୍ତି ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଟେକ୍ସାସ ରାଜ୍ୟର ହଷ୍ଟନ ସହରରେ ‘ହାଓଡ଼ି ମୋଦୀ’ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପଙ୍କ ସହିତ ମୋଦୀ ଏକ ମଞ୍ଚରେ ପ୍ରାୟ ୫୦,୦୦୦ରୁ ଅଧିକ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିଥିଲେ । ଯାହାକି ଏବେ ସାରା ବିଶ୍ୱରେ ବେଶ୍ ଚର୍ଚ୍ଚିତ ଖବର ହୋଇପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ଶଶୀ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାର ଲାଲ୍ ନେହରୁ ଓ ତାଙ୍କ ଝିଅ ଇନ୍ଦିରା ଗାନ୍ଧୀଙ୍କ ଏକ ଫଟୋ ଟ୍ୱିଟରରେ ଅପଲୋଡ଼ କରିଛନ୍ତି ।

ଏହି ଫଟୋରେ ସେ ଲେଖିଛନ୍ତି ଯେ, ବିନା ସୂଚନାରେ ନେହେରୁ ଏବଂ ଇନ୍ଦିରାଙ୍କୁ କିପରି ଆମେରିକାରେ ପ୍ରବାସୀ ଭାରତୀୟମାନେ ଉଚ୍ଛ୍ୱସିତ ଅଭିନନ୍ଦନ ଦେଉଛନ୍ତି ତାହା ଦେଖନ୍ତୁ । ମାତ୍ର ଇନ୍ଦିରା ଙ୍କ ବଦଳରେ ଶଶୀ ଭୂଲ ବଶତଃ ଇଣ୍ଡିଆ ଲେଖିଛନ୍ତି ।

ଏହାବ୍ୟତୀତ ଏହି ଫଟୋଟି ପ୍ରକୃତରେ ଆମେରିକାର ନୁହେଁ ବରଂ ଏହା ମସ୍କୋରେ ପୂର୍ବତନ ସୋଭିୟତ ୟୁନିୟନରେ ନେହେରୁଙ୍କ ଫଟୋ । ଟ୍ୱିଟରରେ ଏହା ସମ୍ପୂର୍ଣ୍ଣ ମିଛକଥା ଏବଂ ଶଶୀ ଏହିପରି ମିଛ ଏବଂ ଭୂଲ୍ ତଥ୍ୟ କିପରି ହଜାର ହଜାର ଲୋକଙ୍କୁ ଦେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଅନେକ ୟୁଜର୍ସ । ସେହିପରି ଜଗନ୍ନାଥନ ନାମକ ଜଣେ ସାମ୍ବାଦିକ ଏହି ଫଟୋଟି ଆମେରିକା ନୁହେଁ ବରଂ ମସ୍କୋର ବୋଲି ସୂଚନା ପ୍ରଦାନ କରିବା ପରେ ୟୁଜର୍ସମାନେ ଏହାର ସତ୍ୟାସତ୍ୟ ପରଖି ଶଶୀ ଥରୁରଙ୍କୁ କଟୁ ସମାଲୋଚନା କରିବାକୁ ପଛାଇନାହାନ୍ତି ।

ନିଜ ଦଳର ବରିଷ୍ଠ ନେତାମାନଙ୍କୁ ଅଯଥା ମିଥ୍ୟା ପ୍ରଶଂସା କରି ନେତାମାନେ ଅନେକ ଫାଇଦା ନେବାର ଅନେକ ନଜିର୍ ରହିଛି, ମାତ୍ର ଶଶୀ ଥରୁରଙ୍କ ପରି ଜଣେ ଉଚ୍ଚ ଶିକ୍ଷିତ, ଲେଖକ ତଥା ଜଣେ ନିୟମିତ ସ୍ତମ୍ଭକାରଙ୍କ ପରି ବ୍ୟକ୍ତିତ୍ୱ ପୂର୍ବତନ କଂଗ୍ରେସ ନେତାଙ୍କୁ ପ୍ରଶଂସା କରିବାକୁ ଯାଇ ଟ୍ୱିଟର୍ ପେଜରେ ଭୂଲ୍ ତଥ୍ୟ ପ୍ରଦାନ କରିବା ବୁଦ୍ଧିଜୀବୀ ନାପସନ୍ଦ କରିବାରେ ଲାଗିଛନ୍ତି ।

Comments are closed.