Latest Odisha News

BREAKING NEWS

ତାମିଲ ସିନେମାରେ ଓଡିଆ ଝିଅ ଦେବସ୍ମିତା

ଭୁବନେଶ୍ୱର: ତାମିଲ ସିନେମାରେ ନଜର ଆସିବାକୁ ଯାଉଛନ୍ତି ଜଣେ ଓଡ଼ିଆ ଝିଅ ଦେବସ୍ମିତା ପଟ୍ଟନାୟକ । ତାହା ପୁଣି ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ସିନେମାରେ। ତାମିଲ ସିନେମା ‘ଦରବାର’ରେ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଝିଅ ଦେବସ୍ମିତା।

ଜଣେ ନୃତ୍ୟାଙ୍ଗନା ଭାବେ ନାଁ କରି ବିଭିନ୍ନ ଅନୁଷ୍ଠାନ ଏବଂ ପ୍ରତିଷ୍ଠାନ ଦ୍ବାରା ସମ୍ମାନିତ ହୋଇଥିବା ଦେବସ୍ମିତା ତାମିଲ ସିନେମା ‘ଦରବାର’ ଜରିଆରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

ସୁପରଷ୍ଟାର ରଜନୀକାନ୍ତ ଅଭିନୀତ ଏହି ସିନେମା ଆସନ୍ତା ଜାନୁଆରୀ ମାସରେ ମୁକ୍ତିଲାଭ କରିବ । ଏହି ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରୁ ଦେବସ୍ମିତାଙ୍କୁ ଛୁଟୁଛି ପ୍ରଶଂସାର ସୁଅ ।

ପାରଳାଖେମୁଣ୍ଡି ସହରର ଅଙ୍କ ସାହିରେ ରହୁଥିବା ଇନ୍ଦିରା ପଟ୍ଟନାୟକ ଏବଂ ସ୍ବର୍ଗତ କୃଷ୍ଣ ମୋହନ ପଟ୍ଟନାୟକଙ୍କ ଝିଅ ହେଉଛନ୍ତି ଦେବସ୍ମିତା ପଟ୍ଟନାୟକ ।

ପିଲାଟି ବେଳୁ ନୃତ୍ୟ ପ୍ରତି ରୁଚି ରଖିଥିବା ଦେବସ୍ମିତା ଓଡିଶାରେ ସେଭଳି କୌଣସି ସୁଯୋଗ ନଥିବା ଯୋଗୁଁ, ଭାଇ ଦେବାଶିଷଙ୍କ ପରାମର୍ଶ କ ମୁମ୍ବାଇ ମୁହାଁ ହୋଇଥିବା କହନ୍ତି ।

ମୁମ୍ବାଇର ଶକ୍ତି ମୋହନଙ୍କ ଅନୁଷ୍ଠାନରେ ନୃତ୍ୟ ଶିକ୍ଷା ଗ୍ରହଣ କରୁଥିବା ବେଳେ ବିଭିନ୍ନ ଷ୍ଟେଜ୍ ଶୋ’ ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମରେ ସେ ସାମିଲ ହୋଇ ନିଜର ପ୍ରତିଭାର ପ୍ରଦର୍ଶନ କରିଚାଲିଥିବା ବେଳେ ହଠାତ୍ ତାମିଲ ସିନେମା ‘ଦରବାର’ ରେ ଗୋଟିଏ ଗୀତରେ ନାଚିବା ପାଇଁ ତାଙ୍କୁ ଅଫର ମିଳିଥିଲା ।

ସୁପରଷ୍ଟାର ରଜନୀକାନ୍ତ ଏଥିରେ ମୁଖ୍ୟ ଭୂମିକାରେ ଥିବା ଜାଣି ସେ ଏହାକୁ କରିବା ପାଇଁ ରାଜି ହୋଇଯାଇଥିବା କହନ୍ତି ସେ ।

Leave A Reply

Your email address will not be published.