Latest Odisha News

ଦଳୀୟ ନେତାଙ୍କୁ ଚେଲ୍ଲାକୁମାରଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର: ରାଜ୍ୟରେ ଉପନିର୍ବାଚନ ପାଇଁ ରାଜନୀତି ସରଗରମ ଥିବା ବେଳେ କଂଗ୍ରେସ ଦଳକୁ ମଜଭୁତ କରିବାକୁ ଚଳାଇଛି ଉଦ୍ୟମ । ଆଜି ନବ ନିଯୁକ୍ତ ଜିଲ୍ଲା ସଭାପତିଙ୍କୁ ଭେଟି ଗୁରୁମନ୍ତ୍ର ଦେଇଛନ୍ତି ଦଳର ରାଜ୍ୟ ପ୍ରଭାରୀ ଚେଲ୍ଲାକୁମାର । ପିସିସି ପରିବର୍ତ୍ତନ ନେଇ ରାଜ୍ୟ କଂଗ୍ରେସରେ ଚାଲୁଥିବା କଳ୍ପନା ଜଳ୍ପନା ଉପରେ ପୂର୍ଣ୍ଣ ଛେଦ ପକାଇଛନ୍ତି  ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର। ଗତକାଲିଠୁ ୪ ଦିନିଆ ଗସ୍ତରେ ଆସି ଚେଲ୍ଲା କୁମାର ନବ ନିଯୁକ୍ତ ଜିଲ୍ଲା ସଭାପତିଙ୍କ ସହ  ଆଜି ଭେଟିଛନ୍ତି। ରାଜ୍ୟରେ ତୃଣମୂଳ ସ୍ତରରେ ସଂଗଠନ ସୁଦୃଢ଼ କରିବାକୁ ମନ୍ତ୍ର ଫୁଙ୍କିଛନ୍ତି।

ଜିଲ୍ଲା ସଭାପତିଙ୍କୁ ସେ ଦୁଇ ମାସର କଂଟ ଦେଇଛନ୍ତି । ଏହି ଦୁଇ ମାସ ମଧ୍ୟରେ ବ୍ଲକ ଠାରୁ ୱାର୍ଡ ପର୍ଯ୍ୟନ୍ତ ସବୁ କମିଟି ଗଠନ କରିବେ। ଆଉ ଉପନିର୍ବାଚନ ପରେ ଆରମ୍ଭ ହେବ କଂଗ୍ରେସର ଜନ ସମ୍ପର୍କ ଅଭିଯାନ। ଖୋଦ ଚେଲ୍ଲାକୁମାର ସବୁ ଜିଲ୍ଲା ଗସ୍ତ କରିବେ। ତେବେ ଅଭିଯାନ ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳି ହିଞ୍ଜଳୀରୁ। ଚାଷୀ ଓ ମହିଳାଙ୍କ ପ୍ରସଙ୍ଗକୁ ନେଇ କଂଗ୍ରେସ ଲୋକଙ୍କ ପାଖକୁ ଯିବ, ନଭେମ୍ବର 5ରେ ମହିଳା ଉତ୍ପୀଡନ ବିରୋଧ ଦିବସ ଓ ଅକ୍ଟୋବର 31 ଇନ୍ଦିରା ଗାନ୍ଧିଙ୍କ ଜନ୍ମ ଦିବସରେ   କୃଷକ ବଞ୍ଚାଅ ଦିବସ ପାଳନ ହେବ।

Comments are closed.