Latest Odisha News

BREAKING NEWS

ବିବେକ ଅନୁସାରେ ମାଟିର ଝିଅକୁ ଭୋଟ୍ ଦେଲି: ମହମ୍ମଦ ମୋକିମ୍

ଭୁବନେଶ୍ୱର: ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଲେ ମହମ୍ମଦ ମୋକିମ । ରାଷ୍ଟ୍ରପତି ନିର୍ବାଚନରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି । ଦ୍ରୌପଦୀଙ୍କୁ ଭୋଟ୍ ଦେବା ପରେ ବିଧାୟକ ମୋକିମଙ୍କ ପ୍ରତିକ୍ରିୟା ରଖି କହିଛନ୍ତି, ‘ମୁଁ ମାଟିର ଝିଅକୁ ଭୋଟ୍ ଦେଲି’ । ରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ହ୍ୱିପ୍ ଜାରି ହୋଇ ନଥାଏ । ବିବେକ ଅନୁସାରେ ମତଦାନ କରିଛି ।

ମୋକିମ୍, ମୁର୍ମୁଙ୍କୁ ସମର୍ଥନ କରି ଭୋଟ୍ ଦେବା ପରେ ଦଳୀୟ ନେତୃତ୍ୱ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ମୋକିମ୍ ଆଗରୁ ସିହ୍ନାଙ୍କୁ ସମର୍ଥନ ନେଇ ସହମତ ଥିଲେ । ଆଜି ଯେଉଁଭଳି ଭାବେ ମୁର୍ମୁଙ୍କୁ ଭୋଟ୍ ଦେଲେ ସେନେଇ ଦଳରେ ଆଲୋଚନା କରାଯାଇ ଯାହା ପଦକ୍ଷେପ ନିଆଯିବ ।

ସେହିଭଳି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ତାରା ବାହିନୀପତି ମୋକିମଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିବା ସହ ଦଳୀୟ ହାଇକମାଣ୍ଡଙ୍କୁ ଜଣାଇବେ ବୋଲି କହିଛନ୍ତି । ଏହା କଂଗ୍ରେସର ଦଳୀୟ ଏକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏହା ଉପରେ ପ୍ରତିକ୍ରିୟା ରଖି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ସମସ୍ତେ ସିହ୍ନାଙ୍କୁ ଭୋଟ୍ ଦେବେ ବୋଲି କହିଥିଲେ । ଯଦି ଜଣେ ବିଧାୟକ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି ଜଣାପଡ଼ିବା ପରେ ହାଇକମାଣ୍ଡଙ୍କୁ ଜଣାଇବୁ । ହାଇକମାଣ୍ଡ ଯାହା କହିବେ ସେୟା କରିବୁ ।

Leave A Reply

Your email address will not be published.