Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଶ୍ରାବଣ ପ୍ରଥମ ସୋମବାରରେ ଅଷ୍ଟଶମ୍ଭୁଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

ସୁବର୍ଣ୍ଣପୁର  : ଶ୍ରାବଣର ପ୍ରଥମ ସୋମବାର  ।  ସୁବର୍ଣ୍ଣପୁର ସହର ଆଜି ଉତ୍ସବମୂଖର ହୋଇ ଉଠିଛି । ବିଗତ ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁଁ ଶ୍ରାବଣ ମାସରେ ଅଷ୍ଟସମ୍ଭୁଙ୍କ ଏହି ସହର ଖାଁ ଖାଁ ଲାଗୁଥିବା ବେଳେ ଚଳିତ ବର୍ଷ କଟକଣା କହୋଳ ହୋଇଥିବାରୁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି ।

ସହରର ତେଲନଦୀ, ମହାନଦୀ ଓ କର୍ପୁର ନଦୀର ତ୍ରୀବେଣୀ ସଙ୍ଗମରୁ ହଜାର ହଜାର ଶ୍ରଦ୍ଧାଳୁ ପାଣି ନେଇ ଅଷ୍ଟଶମ୍ଭୁଙ୍କ ମନ୍ଦିରରେ ପାଣି ଚଢାଇଛନ୍ତି ।ବାବା ରାମେଶ୍ୱର, ଚନ୍ଦ୍ରଶେଖର, ସୁବର୍ଣ୍ଣମେରୁ, ଗୋକୁନେଶ୍ୱର, ପଶ୍ଚିମ ସୋମନାଥ ଆଦି ମନ୍ଦିରରେ ରାତ୍ରୀର ଦ୍ୱିତୀୟ ପ୍ରହରରୁ ଶ୍ରଦ୍ଧାଳୁମାନଙ୍କର ଲମ୍ବାଧାଡି ଲାଗିଥିଲା ।

ରାତ୍ରୀର ଶେଷ ପ୍ରହରରେ ମନ୍ଦିରର କବାଟ ଖୋଲିବା ପରେ ଶ୍ରଦ୍ଧାଳୁମାନେ ବାବାଙ୍କୁ ପାଣି ଚଢାଇଥିଲେ । ସେହିପରି ତ୍ରୀବେଣୀ ସଂଙ୍ଗମରୁ ଶ୍ରଦ୍ଧାଳୁ ଓ କାଉଡିଆମାନେ ପାଣି ନେଇ ଜିଲ୍ଲାର ଚରଦାର କପିଳେଶ୍ୱର, ବୈଦନାଥର କୋଶଳେଶ୍ୱର, ଚମ୍ପାମାଳର ଚମ୍ପେଶ୍ୱର ଓ ଗୋଧନେଶ୍ୱର ଆଦି ପ୍ରାଚୀନ ଶୈବପୀଠ କୁ ଯାଇ ପାଣି ଢାଳିଥିଲେ । ମନ୍ଦିର କମିଟୀ ଗୁଡିକ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.