Latest Odisha News

BREAKING NEWS

ମୋବାଇଲରେ ପ୍ରେମରୁ ମର୍ଡର, ପଥରରେ ଛେଚି ପ୍ରେମିକାକୁ ହତ୍ୟା କଲା ପ୍ରେମିକ

ଜି.ଉଦୟଗିରି: ମୋବାଇଲରୁ ପ୍ରେମ, ତା’ପରେ ଦୁଷ୍କର୍ମ କରି ହତ୍ୟା । ଏଭଳି ଏକ ଚାଞ୍ଚଲ୍ୟକର ହତ୍ୟା ମାମଲାରେ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ପୋଲିସକୁ ସଫଳତା ମିଳିଛି । ପୋଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ପଙ୍କଜ ଦିଗାଲ ପୂର୍ବରୁ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ୭ ବର୍ଷ ଜେଲ୍ ଦଣ୍ଡ ଭୋଗିଥିବା ଜଣାପଡ଼ିଛି । ଏବେ ପୁଣି ମୋବାଇଲରେ ପ୍ରେମ ପରେ ପ୍ରେମିକାକୁ ମାରି ଦେଇ ବନ୍ଧା ହୋଇଛି ପଙ୍କଜ । ଯାହାକୁ ନେଇ ଅଞ୍ଚଳରେ ବେଶ୍ ଚର୍ଚ୍ଚା ହେଉଛି ।

ସୂଚନା ଅନୁସାରେ, ଗତ ୧୫ ତାରିଖ ଦିନ ଅଞ୍ଜିତାକୁ ଦୁଷ୍କର୍ମ ପରେ ହତ୍ୟା କରିଥିଲା ପଙ୍କଜ ଦିଗାଲ । ପଙ୍କଜ ଓ ଅଞ୍ଜିତାଙ୍କ ମଧ୍ୟରେ ମୋବାଇଲ୍ ଯୋଗେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଅଞ୍ଜିତାର ନିର୍ବନ୍ଧ ହୋଇଯିବା କଥା ଜାଣିବା ପରେ ପଙ୍କଜ ୧୩ ତାରିଖ ଦିନ କଲ୍ କରି ୧୪ ତାରିଖ ଦିନ ବୁଲିଯିବାକୁ ଡାକିଥିଲା । କଥା ଅନୁଯାୟୀ ଗତ ୧୪ ତାରିଖ ଅର୍ଥାତ ଗୁରୁବାର ଦିନ ଅଞ୍ଜିତା ବାପାଙ୍କୁ ଫୁଲବାଣୀ ଯିବାକୁ କହି ଘରୁ ବାହାରି ଆସିଥିଲା । ପଙ୍କଜ ଓ ଅଞ୍ଜିତା ମଣ୍ଡାସାରୁ ଓ ଦାରିଙ୍ଗବାଡ଼ି ବୁଲିବାକୁ ଯାଇଥିଲେ । ଅଞ୍ଜିତା ବାପାଙ୍କୁ ଫେରିବା ବିଳମ୍ବ ହେବ କହି ମୋବାଇଲ୍ ଫୋନ୍ ସୁଇଚ୍ ଅଫ କରିଦେଇଥିଲା ।

ପଙ୍କଜ, ଅଞ୍ଜିତା ସହ ଦୁଷ୍କର୍ମ କରିବା ପରେ ପଥର ଛେଚି ହତ୍ୟା କରିଥିଲା । ଏନେଇ ସେ ପୋଲିସ ଆଗରେ ହତ୍ୟା କରିଥିବା ସ୍ୱୀକାର କରିଛି । ଏନେଇ ରାଇକିଆ ଥାନା ପୋଲିସ କେସ ନଂ ୭୩/୨୨ ଦଫା ୩୦୨ ଆଇପିସିରେ ପଙ୍କଜକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.