Latest Odisha News

BREAKING NEWS

କଂଗ୍ରେସରୁ ନିର୍ବାଚନ ଲଢିବି: ମହମ୍ମଦ ମୋକିମ

ଭୁବନେଶ୍ବର : କଟକରେ ମୋକିମ୍ ଓ ପିସିସି ସଭାପତିଙ୍କ ଭେଟ ଘାଟକୁ ନେଇ ବଢିଲା ଚର୍ଚ୍ଚା। କିଛି ଦିନର ନୀରବତା ପରେ ପୁଣି ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ମହମ୍ମଦ ମୋକିମ୍  । ସେ କହିଛନ୍ତି ଗୋଟେ ଦଳର ନେତା ଆମେ ସବୁ ଏକାଠି ହେବା ବହୁତ୍ ଖୁସି ଲାଗିଲା। ପୂଜା ଘରେ ଏକତ୍ରିତ ହେଲୁ  । ଦଳ ମୋତେ ସସପେଣ୍ଡ କରିଛି  । କିନ୍ତୁ ମୁଁ ମୋ ନିର୍ବାଚନ ମଣ୍ଡଳୀରେ ଅଛି। ଆଗକୁ ଚିତ୍ର ସ୍ପଷ୍ଟ ହେବ  । ବାରମ୍ବାର କହିଛି ମୁଁ କଂଗ୍ରେସ ତୃଣମୂଳ ସ୍ତରର ନେତା।

ଯେତେ ଆକ୍ସନ ନେଲେ ବି ଅଛି ଆଉ ରହିବି। ଖୁବ୍ ଶୀଘ୍ର ମୋତେ ଦଳ ଗ୍ରହଣ କରିବ। ସାମୁହିକ ନିଲମ୍ବନ ହୋଇଛି। ପୁଣି ଦଳ ମୋତେ ଆପଣାଇ ମୋତେ ମୋ ଦାୟିତ୍ଵ ଫେରାଇବ। ମୁଁ କଂଗ୍ରେସରୁ ଲଢିବି  । କଟକ ସହର ଦୁର୍ଗା ପୂଜା ପାଇଁ ପ୍ରସିଦ୍ଧ। ସମସ୍ତେ ଏଠାକୁ ପୂଜା ବୁଳିବାକୁ ଆସନ୍ତି  । ପୂଜା ମଣ୍ଡପରେ ସଭାପତିଙ୍କ ସହ ଭେଟଘାଟ ହେଲା। ଉଭୟ ଆଲିଙ୍ଗନ କଲୁ। ଆକସ୍ମିକ ଦେଖା ଥିଲା କିନ୍ତୁ ଭଲ ଦେଖା ସାକ୍ଷାତ ହେଲା  ।

Comments are closed.