ଭୁବନେଶ୍ବର: ବିଧାୟକ ସୁର ରାଉତରାୟଙ୍କୁ ଦଳରୁ ୬ବର୍ଷ ପାଇଁ ବହିଷ୍କାର କରିଛି କଂଗ୍ରେସ। ପୁଅ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାର କରୁଥିଲେ ସୁର । କଂଗ୍ରେସରେ ରହି ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ନେଇ ଅଭିଯୋଗ ପରେ ସୁରଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛି ଦଳ।
ଏନେଇ ଏଆଇସିସି ପକ୍ଷରୁ ପ୍ରେସ ରିଲିଜ ଜରିଆରେ ସୂଚନା ଦିଆଯାଇଛି। ବିଶୃଙ୍ଖଳା ଓ ଦଳବିରୋଧୀ କାମ ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଏଥିରେ ଉଲ୍ଲେଖ ରହିଛି । ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ଭୁବନେଶ୍ବର ଲୋକସଭା ପାଇଁ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ।
Comments are closed.